Saturday , March 25 2023
Breaking News
Home / ରାଜନୀତି / ପଂଚାୟତରେ ପଛୁଆବର୍ଗଙ୍କ ପାଇଁ ୨୭ଭାଗ ସଂରକ୍ଷଣ ସ୍ୱାଗତଯୋଗ୍ୟ, ଓବିସି ଛାତ୍ରଛାତ୍ରୀଙ୍କୁ ନାମଲେଖାରେ ୧୧.୨୫ ସଂରକ୍ଷଣ ଲାଗୁ ପାଇଁ ଦାବି : ସମାଜବାଦୀ ପାର୍ଟି

ପଂଚାୟତରେ ପଛୁଆବର୍ଗଙ୍କ ପାଇଁ ୨୭ଭାଗ ସଂରକ୍ଷଣ ସ୍ୱାଗତଯୋଗ୍ୟ, ଓବିସି ଛାତ୍ରଛାତ୍ରୀଙ୍କୁ ନାମଲେଖାରେ ୧୧.୨୫ ସଂରକ୍ଷଣ ଲାଗୁ ପାଇଁ ଦାବି : ସମାଜବାଦୀ ପାର୍ଟି

ଭୁବନେଶ୍ୱର,୧୩/୦୮/୨୦୨୧(ଓଡ଼ିଶା ସମାଚାର)- ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଓବିସିଙ୍କ ପାଇଁ ୨୭ଭାଗ ସ୍ଥାନ ସଂରକ୍ଷଣ କରାଯିବ ବୋଲି ଆଜି ଘୋଷଣା କରିଛନ୍ତି । ତୃଣମୂଳସ୍ତରରେ ୨୭ ଭାଗ ପଛୁଆବର୍ଗ ଲୋକଙ୍କର ବିକାଶରେ ଅଂଶଗ୍ରହଣ ଏହି ବର୍ଗଙ୍କୁ ସାମାଜିକ ଓ ରାଜନୈତିକସ୍ତରରେ ଶକ୍ତିଶାଳୀ କରିବ, ଏହା ନିଃସନ୍ଦେହ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତିରେ ମତପ୍ରକାଶ କରିଛନ୍ତି । ଏହା ସହିତ ଏହି ବର୍ଗର ଛାତ୍ରଛାତ୍ରୀଙ୍କ ନାମଲେଖା କ୍ଷେତ୍ରରେ ସଂରକ୍ଷଣ ଦେବା ପାଇଁ ଶ୍ରୀ ବେହେରା ଦାବି କରିଛନ୍ତି । ସଂରକ୍ଷଣକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ୫୦ ପ୍ରତିଶତ ସୀମାରେଖା ଧାର୍ଯ୍ୟ କରିଥିବା ଯୋଗୁ ଅନ୍ତତଃପକ୍ଷେ ରାଜ୍ୟ ସରକାର ଓବିସି ଛାତ୍ରଛାତ୍ରୀଙ୍କୁ ନାମଲେଖାରେ ୧୧.୨୫ ସ୍ଥାନ ସଂରକ୍ଷଣ ଦେବାରେ କୌଣସି ବାଧା ନାହିଁ । ଏହା ଫଳରେ ଯୁକ୍ତଦୁଇ ସ୍ତରରେ କେବଳ ନାମ ଲେଖାଇବାକୁ ଯାଉଥିବା ୪ ଲକ୍ଷ ୭୯ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧.୨୫ ସଂରକ୍ଷଣ ଦିଆଗଲେ ୬୨ ହଜାର ପଛୁଆବର୍ଗର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇବାକୁ ସକ୍ଷମ ହୋଇପାରିବେ ବୋଲି ଶ୍ରୀ ବେହେରା କହିଛନ୍ତି । ଏହା ସହିତ କୋଭିଡ଼ କ୍ଷତିଗ୍ରସ୍ତ ବୁଣାକାରମାନଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ଏହାକୁ ମଧ୍ୟ ଶ୍ରୀ ବେହେରା ସ୍ୱାଗତ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.