ଚୌଦ୍ୱାର ୧୩/୦୮/୨୦୨୧(ଓଡ଼ିଶା ସମାଚାର/ ଦେବାଶିଷ ରଥ)-: କଟକ ଜିଲ୍ଲା ଚୌଦ୍ୱାର ମଣ୍ଡଳ କାରାଗାର ରେ ୩ୟ ଥର ଲାଗି ହିନ୍ଦୁ ଧର୍ମ ରୀତି ନୀତି ଅନୁଯାଇ ଶୁଭ ବିବାହ କାର୍ୟ୍ୟକ୍ରମ ଚୌଦ୍ୱାର ସର୍କଲ ଜେଲ ସଭା ଗୃହ ରେ ବ୍ରହ୍ମଣ ବେଦପାଠ ମଧ୍ୟ ରେ ଅନୁଷ୍ଠିତ ହୋଇଯାଇଛି । ଏହି ବିବାହ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ (ପୋକ୍ସ କୋଟ) ଙ୍କ ନିର୍ଦେଶ ଅନୁଯାଇ ହୋଇଥିଲା । ମଣ୍ଡଳ କାରାଗାର ଚୌଦ୍ୱାର ର ବରିଷ୍ଠ ଅଧିକ୍ଷକ, ଜେଲର, ୱେଲଫେୟାର ଅଫିସର, ଜେଲ କର୍ମଚାରୀ ଓ ଉଦ୍ଧାର ଫାଉଣ୍ଡେସନ ସଂଗଠନ ର କର୍ମକର୍ତା ଙ୍କ ଉପସ୍ଥିତ ରେ ବିଚାରଧୀନ ଅଭିଯୁକ୍ତ ଅଂଶୁମାନ ମଳିକ ଓ ପୀଡିତା ଚିନ୍ମୟୀ ସେଠୀ ଙ୍କ ମଧ୍ୟରେ ଶୁଭ ବିବାହ କାର୍ୟ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ଏହି ଶୁଭ ବିବାହ ରେ ଉଭୟ ପକ୍ଷ ଙ୍କ ପିତାମାତା, ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ଉଦ୍ଧାର ଫାଉଣ୍ଡେସନ ର କର୍ମକର୍ତା ମାନେ ବିବାହ ର ରୀତିନୀତି ଅନୁଯାୟୀ ବର ଓ କନ୍ୟା ଙ୍କୁ ମେହେନ୍ଦି ରେଶମ କରି ସଜାଇ ଦେଇଥିଲେ । ସୁ ସଜିତ ଉଭୟ ବର ଓ କନ୍ୟା ଙ୍କୁ ବେଦି କୁ ନିଆଯାଇଥିଲା । ହିନ୍ଦୁ ଧର୍ମ ବୈଦିକ ରୀତି ନୀତି ଅନୁଯାଇ ବ୍ରାହ୍ମଣ ଙ୍କ ବେଦ ପାଠ ଦ୍ୱାରା ବିବାହ କାର୍ୟ୍ୟ ସମ୍ପନ୍ନ ହୋଇଥିଲା । ବର ଓ କନ୍ୟା ନିଜର ବିବାହ ସ୍ମୃତି ଉଦେଶ୍ୟ ରେ ଚୌଦ୍ୱାର ଜେଲ ପରିସରରେ ନିଜ ହାତରେ ଏକ ବୃକ୍ଷ ରୋପଣ କରିଥିଲେ । ଆଇନିଜିବୀ ଙ୍କ ଦ୍ୱାରା ଉଭୟ ପକ୍ଷ ନିଜର ବିବାହ ଘୋଷଣା ନାମା ସ୍ଵାକ୍ଷର କରିଥିଲେ । ଏହି ଶୁଭ ବିବାହ ସମ୍ପୂର୍ଣ କୋଭିଡି ନିୟମ ଅନୁଯାଇ ମାକ୍ସ,ସାନିଟାଇଜର ଓ ସାମାଜିକ ଦୂରତା ନିୟମ ମାନି ହୋଇଥିଲା ।
ସଂଗଠନ ତରଫରୁ ଭୋଜିଭାତ ର ମଧ୍ୟ ଆୟୋଜନ କରାଯାଇଥିଲା । ଉଭୟ ପକ୍ଷ ବର ଓ କନ୍ୟା ସହ ପରିଵାର ଲୋକ ଭୋଜି ଭାତ ଖାଇ ଖୁସି ହୋଇଥିଲେ । ବୋହୁ କୁ ଶଶୁର ଓ ନଣଦ ଖୁସିରେ ଘରକୁ ନେଇ ଫେରିଥିଲେ । ଏହି ଶୁଭ ବିବାହ କାର୍ୟ୍ୟକ୍ରମ ରେ ଚୌଦ୍ୱାର ମଣ୍ଡଳ କାରାଗାର ଅଧିକ୍ଷକ ସତ୍ୟପ୍ରକାଶ ସ୍ୱାଇଁ ,ଜେଲର ବିଭେନ୍ଦୁ ଭୂଇଁଆ ,ଓଲଫେୟାର ଅଫିସର ରାମକୃଷ୍ନ ଦାସ, ମାୟାଧର ସେଠୀ ଉଦ୍ଧାର ଫାଉଣ୍ଡେସନ ସଂଗଠନ ର ସଭାପତି ନରୋତ୍ତମ ଦାସ, ବରିଷ୍ଠ ଉପଦେଷ୍ଟା ପ୍ରମୁଖ ଉପସ୍ଥିତ ରହି ବିବାହ କାର୍ୟ୍ୟ କୁ ସୁରୁ ଖୁରୁ ରେ ସମ୍ପାଦନ କରାଯାଇଥିଲେ । ଚୌଦ୍ୱାର ଜେଲ ରେ ୩ ଟି ଶୁଭ ବିବାହ କାର୍ୟ୍ୟକ୍ରମ ପାଇଁ ଟାଙ୍ଗୀ ଚୌଦ୍ୱାର ର ଅଗ୍ରଣୀ ସାମାଜିକ ସଂଗଠନ ଉଦ୍ଧାର ଫାଉଣ୍ଡେସନ ସଂଗଠନ ର ସଦସ୍ୟ ଙ୍କ ଏହି ଭଳି ସାମାଜିକ କାର୍ୟ୍ୟ କୁ ଦେଖି ଜେଲ ବିଭାଗ ର ବରିଷ୍ଠ ଅଧିକାରୀ ଓ ଚୌଦ୍ୱାର ଅଞ୍ଚଳ ର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ପ୍ରଶଂସା କରିଥିଲେ । ଓଡ଼ିଶା ସମାଚାର