Sunday , March 26 2023
Breaking News
Home / ତାଜା ଖବର / ଗହଣା ସଫେଇ ନାମରେ ଠକେଇ – ଲୁଟିନେଲେ ୧ ଭରି ସୁନା ଚେନ୍ ଓ ମୁଦି

ଗହଣା ସଫେଇ ନାମରେ ଠକେଇ – ଲୁଟିନେଲେ ୧ ଭରି ସୁନା ଚେନ୍ ଓ ମୁଦି

ପାଟକୁରା ୧୩/୦୮/୨୦୨୧(ଓଡ଼ିଶା ସମାଚାର)-ପାଟକୁରା ଥାନା ଅନ୍ତର୍ଗତ ବିଚଣା ଗ୍ରାମରେ ଏକ ଠକେଇ ଘଟଣା ଘଟିଛି । ଏଥିରେ ଦୁର୍ବୃତମାନେ ଜଣେ ମହିଳା ଙ୍କ ଠାରୁ ଗହଣା ସଫେଇ ନାମରେ ସୁନା ଚେନ୍ ଓ ସୁନା ମୁଦି ଠକି ନେଇଚନ୍ତି । ପାଟକୁରା ପୋଲିସ ସୂତ୍ରରୁ ପ୍ରକାଶ ଯେ ସ୍ୱାଗତିକା ସମାଲ ନିଜ ସ୍ୱାମୀଙ୍କ ସହ ବିଚଣା ଗ୍ରାମରେ ଘରଭଡ଼ା ନେଇ ରହୁଥିଲେ । ସ୍ୱାମୀ ସୁବାସ ରାଜମିସ୍ତ୍ରୀ କାମରେ ବାହାରକୁ ଯାଇଥିଲେ । ନିଜର ଶିଶୁ ପୁତ୍ରକୁ ଘର ସମ୍ମୁଖ ଅଗଣାରେ ଖୁଆଉଥିବାବେଳେ ଆଜି ଦିନ ୧୧ ଟା ସମୟରେ ୨ ଜଣ ଯୁବକ ଏକ କଳା ରଙ୍ଗର ପଲସର ବାଇକ୍ ରେ ଆସି ଅଟକି ଥିଲେ । ଘରର ଆସବାବପତ୍ର ଓଗହଣା ଆଦି ସଫା କରିବା ପାଇଁ ସ୍ୱାଗତିକାଙ୍କୁ କହିଥିଲେ । ଏଥିରେ ପ୍ରଭାବିତ ହୋଇ ସ୍ୱାଗତିକା ପ୍ରଥମେ ନିଜର ପାଉଂଜି ଆଣି ସେମାନଙ୍କୁ ସଫା କରିବା ପାଇଁ ଦେଇଥିଲେ । ପାଉଂଜି ସଫା କରି ଫେରାଇ ଦେବା ପରେ ଘରର ଆଉ କିଛି ଆସବାବପତ୍ର ମଧ୍ୟ ପାଉଡ଼ର ସାହାଯ୍ୟରେ ସେମାନେ ସଫା କରିଦେଇଥିଲେ । ଏଥିରେ ବିଶ୍ୱାସ ହେବାରୁ ସ୍ୱାଗତିକା ନିଜର ୧ ଭରିର ସୁନା ଚେନ୍ ଓ ୪ ଗ୍ରାମର ସୁନା ମୁଦି ଆଣି ସେମାନଙ୍କୁ ସଫା କରିବାକୁ ଦେଇଥିଲେ । ଅନ୍ୟ ଏକ ଜିନିଷ ଆଣିବାକୁ ସେ ଘର ଭିତରକୁ ଯାଇଥିବାବେଳେ ଲୁଟେରାମାନେ ସୁନା ଚେନ୍ ଓ ସୁନା ମୁଦି ପରିବର୍ତେ କାଗଜରେ ଗୁଡ଼ା ହୋଇଥିବା ଏକ ପୁଡ଼ିଆ ସ୍ୱାଗତିକାକୁ ଧରାଇ ଦେଇ କିଛି ସମୟ ପରେ ଏହା ଖୋଲିବାକୁ ପରାମର୍ଶ ଦେଇଥିଲେ । କିଛି ମୂହୁର୍ତ ପରେ ସ୍ୱାଗତିକା କାଗଜ ପୁଡ଼ିଆ ଖୋଲିବାରେ ସେଥିରେ ସୁନା ପରିବର୍ତେ ୨ ଟି ଗୋଡ଼ି ଥିବା ଦେଖିଥିଲେ । ଠକେଇର ଶିକାର ହେବା ଜାଣି ସେ ଚିତ୍କାର କରିଥିଲେ । ତେବେ ସେତେବେଳକୁ ଲୁଟେରାଦ୍ୱୟ କଳା ପଲସରରେ ଦୃତ ଗତିରେ ସେଠାରୁ ହଳଦିଆ ଗଡ଼ା ଆଡ଼େ ଫେରାର ହୋଇ ଯାଇଥିଲେ । ସ୍ୱାଗତିକା ନିରାଶ ହୋଇ ପାଟକୁରା ଥାନାରେ ଆସି ଏକ ଅଭିଯୋଗ ଦାଏର କରିଥିଲେ । ପାଟକୁରା ଥାନା ପୋଲିସ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି ।ଓଡ଼ିଶା ସମାଚାର

Leave a Reply

Your email address will not be published.