Saturday , December 10 2022
Home / ବିଶେଷ / ୧୬ରେ ପୁରୀ ଆସିବେ କେନ୍ଦ୍ର ରେଳମନ୍ତ୍ରୀ

୧୬ରେ ପୁରୀ ଆସିବେ କେନ୍ଦ୍ର ରେଳମନ୍ତ୍ରୀ

ଭୁବନେଶ୍ୱର,୧୨/୦୮/୨୦୨୧(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୬ ତାରିଖରେ ପୁରୀ ଆସିବେ କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।ଏହି ଅବସରରେ ସେ ପୁରୀ ରେଳ ଭବନରେ ରହିବେ । ପୁରୀର ରେଳ ସମସ୍ୟା ରହିଛି ସେ ନେଇ ମନ୍ତ୍ରୀଙ୍କ ତରଫରୁ ପ୍ରାକ୍ ତଥ୍ୟ ସଂଗ୍ରହ କରାଯାଉଛି । ବହୁ ଦିନରୁ ଦାବି ହୋଇ ଆସୁଥିବା ପୁରୀ-କୋଣାର୍କ ରେଳ ପଥ ପ୍ରକଳ୍ପ ସମ୍ପର୍କରେ ରେଳମନ୍ତ୍ରୀ କିଛି ଘୋଷଣା କରିବା ନେଇ ମଧ୍ୟ ଆଶା କରାଯାଉଛି ।
ପୁରୀ ଚକ୍ରତୀର୍ଥ ରୋଡସ୍ଥିତ ପୂରାତନ ବିଏନଆର ହୋଟେଲ ପରିସରରେ ଥିବା ବ୍ରିଟଶ ଅମଳର ଲୋକୋମୋଟିଭ୍ ଷ୍ଟିମ୍ ରେଳ ଇଞ୍ଜିନକୁ ଭୁବନେଶ୍ୱର ସ୍ଥାନାନ୍ତର ଉପରେ ମନ୍ତ୍ରୀ ତାଙ୍କର ପ୍ରତିକ୍ରିୟା ରଖିବେ । ଏହି ଇଞ୍ଜିନକୁ ଅନ୍ୟତ୍ର ସ୍ଥାନାନ୍ତର ନକରି ପୁରୀ ରେଳ ଷ୍ଟେସନରେ ଐତିହ୍ୟ ରୂପେ ସଂରକ୍ଷିତ ରଖିବାକୁ ପ୍ରସ୍ତୁତି କରୁଥିବାର ସୂଚନା ମିଳିଛି । ପୁରୀ ଷ୍ଟେସନ ସମ୍ମୁଖରେ ରଖାଯିବ ବୋଲି କୁହାଯାଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.