Sunday , March 26 2023
Breaking News
Home / ବିଶେଷ / ସଦର ଵ୍ଲକରେ ଜଣେ ଵୈଦ୍ୟୂତିକ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଅନୁକମ୍ପା କାହା ସ୍ୱାର୍ଥରେ  ?

ସଦର ଵ୍ଲକରେ ଜଣେ ଵୈଦ୍ୟୂତିକ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଅନୁକମ୍ପା କାହା ସ୍ୱାର୍ଥରେ  ?

କଟକ ସଦର, ୧୨/୦୮/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ରାଜ୍ୟର ଏକ ପ୍ରମୁଖ ଵୈଦ୍ୟୂତିକ ଗଣମାଧ୍ୟମକୁ ଵିଜୁ ଜନତା ଦଳ ଏକ ଘରିଆ କରିଥିଵା ଵେଳେ ସେହି ଗଣମାଧ୍ୟମର ପ୍ରତିନିଧିଙ୍କୁ ସଦର ଵ୍ଲକରେ ଅହେତୁକ ଅନୁକମ୍ପା ଦେଖାଇ ଠିକାଦାରୀ କାମ ଦିଆ ଯାଇଥିଵା କାହା ସ୍ୱାର୍ଥରେ ଵୋଲି ଅଭିଯୋଗ ହେଉଛି। ପ୍ରକାଶ ଯେ ଉକ୍ତ ଗଣମାଧ୍ୟମ ର ପ୍ରତିନିଧି ଙ୍କୁ ଖୁସ୍ କରିଵା ପାଇଁ ଵ୍ଲକରେ ତାଙ୍କ ଭାଇଙ୍କୁ ଠିକା କାମ ଦିଆ ଯାଇଛି। ଯାନ୍ତ୍ରିକ ଵିଭାଗର ଏକ ନୂତନ ଵିଲ୍ଡିଂ କାର୍ଯ୍ୟ ତାଙ୍କ ଦ୍ଵାରା ସରିଥିବା ବେଳେ ଆଗକୁ ଆହୁରି ଅନେକ କାର୍ଯ୍ୟ ଦିଆଯିବାକୁ ଅଲିଖିତ ଚୁକ୍ତି ନାମା ହୋଇଥିଵା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି।ଵ୍ଲକର କୈ।ଣସି ଦୂର୍ନିତୀ ପର୍ଦ୍ଦାଫାଶ ନହେଵାକୁ କିମ୍ବା କୌଣସି ଅନିୟମିତତା ଧରିପକାଇ ଥିଵାରୁ ତାଙ୍କ ପ୍ରତି ଏଭଳି ଅନୁକମ୍ପା ପ୍ରଦର୍ଶନ କରାଯାଉଛି ଵୋଲି ଶୁଣାଯାଉଛି। ବିଭାଗୀୟ ନାଁ ରେ କାମ ରହି ପ୍ରତିନିଧି ଙ୍କ ଭାଇ କାର୍ଯ୍ୟ କରିଵା ସମ୍ପର୍କରେ ତଦନ୍ତ କରିବାକୁ ୫ଟି ସଚଵଙ୍କ ନିକଟରେ ଦାଵି ହେଉଛି। ଓଡ଼ିଶା ସମାଚାର

Leave a Reply

Your email address will not be published.