Friday , December 3 2021
Breaking News
Home / ବିଶେଷ / ଶ୍ରୀ ମନ୍ଦିର ଖୋଲିଲା

ଶ୍ରୀ ମନ୍ଦିର ଖୋଲିଲା

ଭୁବନେଶ୍ୱର,୧୨/୦୮/୨୦୨୧(ଓଡ଼ିଶା ସମାଚାର)- ରଥ ଯାତ୍ରା ଶେଷ ହୋଇଛି ହେଲେ ଲୋକେ ମହାପ୍ରଭୁଙ୍କ ଦର୍ଶନ କରି ପାରିନଥିଲେ । ତେବେ ଭକ୍ତ ଏବଂ ଭଗବାନଙ୍କ ଶ୍ରଦ୍ଧାକୁଦେଖି ସରକାର ଶ୍ରୀ ମନ୍ଦିର ଖୋଲିବାନେଇ ଏସଓପି ଜାରି କରିଛନ୍ତି । ଶ୍ରୀ ମନ୍ଦିର ଆଜି ଖୋଲିଲା । ୨ ଦିନ ସେବାୟତଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ମିଳିଛି । ପରିଚୟ ପତ୍ର ଏବଂ ମନ୍ଦିର ତରଫରୁ କରାଯାଇଥିବା ବିମା କାର୍ଡ ଦେଖାଇ ସେବାୟତଙ୍କ ପରିବାର ମହାପ୍ରଭୁଙ୍କର ଦର୍ଶନ କରିପାରିବେ । ୧୬ ରୁ ୨୦ ଯାଏଁ ପୁରୀ ସହରବାସୀଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି । ୱାର୍ଡ ଅନୁସାରେ ପୁରୀ ସହରବାସୀ ଦର୍ଶନ କରିବେ । ଆସନ୍ତା ୨୩ରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି । ଆଧାରକାର୍ଡ ଏବଂ ପରିଚୟ ପତ୍ର ସହ କୋଭିଡ ନେଗେଟିଭ ରିପୋର୍ଟ କିମ୍ବା ଦୁଇଟି ଡୋଜ୍ ଟିକା ନେଇଥିବା ସାର୍ଟିଫିକେଟ ଦେଖାଇ ସାଧାରଣ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ । ସକାଳ ୭ରୁ ସଂଧ୍ୟା ୭ଟା ଯାଏଁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି । କୋଭିଡ ଗାଇଡଲାଇନ୍ ଅନୁସାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ପ୍ରବେଶ ଅନୁମତି ମିଳିବ । ସିଂହ ଦ୍ୱାର ଦେଇ ପ୍ରବେଶ ଏବଂ ଉତର ଦ୍ୱାର ଦେଇ ଭକ୍ତ ପ୍ରସ୍ଥାନ କରିବେ । ଶ୍ରୀ ମନ୍ଦିର ପରିସରରେ ମହା ପ୍ରସାଦ ସେବନ ଅନୁମତି ନାହିଁ । ଏହା ସହ ମନ୍ଦିର ପରିସରରେ ଥିବା ଅନ୍ୟ ଛୋଟ ଛୋଟ ମନ୍ଦିରରେ ଭକ୍ତ ପୂଜା ପ୍ରାର୍ଥନା କରିବା ମନା । ପ୍ରତି ଶନିବାର ଓ ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ । ବଡ଼ ବଡ଼ ପୂଜା ପାର୍ବଣରେ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବାରଣ କରଯାଇଛି । ଜନ୍ମାଷ୍ଟମୀ, ଗଣେଶ ପୂଜାରେ ଶ୍ରୀ ମନ୍ଦିର ବନ୍ଦ ରହିବ । ମନ୍ଦିର ଭିତରେ କେହି ପାନ, ଗୁଟକା ଆଦି ଖାଇ ପାରିବେ ନାହିଁ । ଓଡ଼ିଶା ସମାଚାର

About admin

Check Also

ଦାରିଙ୍ଗବାଡି ସେବାଶ୍ରମ ବିଦ୍ୟାଳୟ ର ଷଷ୍ଠ ଶ୍ରେଣୀ ଛାତ୍ରୀ ଦୁଇ ମାସର ଗର୍ଭବତୀ

ବାଲିଗୁଡା,୦୩/୧୨/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ର ଏକ ସେବାଶ୍ରମ ବିଦ୍ୟାଳୟ ର  …

Leave a Reply

Your email address will not be published. Required fields are marked *