କେନ୍ଦ୍ରାପଡ଼ା, ୧୨/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳର ରାସ୍ତାଘାଟରେ ଅନେକ ସମୟରେ ଛିଡାହୋଇ କିମ୍ବା ଶୋଇ ପଥଚାରୀ ଓ ରାସ୍ତାରେ ଯାଉଥିବା ଗାଡି ଗୁଡିକୁୁ ଅସୁବିଧାରେ ପକାଉଥିବା ଗାଈଗୋରୁଙ୍କୁ ରାସ୍ତା ଉପରୁ ହଟାଇବା ପାଇଁ ପୌରସଂସ୍ଥା ପଦକ୍ଷେପ ଗ୍ରହଣ କରିଛି । ପ୍ରଥମେ ଡାକବାଜି ଯନ୍ତ୍ର ଦ୍ୱାରା ସହରରେ ପ୍ରଚାର କରାଯାଇ ଲୋକମାନଙ୍କୁ ରାସ୍ତା ଉପରକୁ ସେମାନଙ୍କ ଗାଈଗୋରୁଙ୍କୁ ନଛାଡିବାକୁ ସଚେତନ କରାଯାଇଥିବା ବେଳେ ପରେ ଏହି ନିୟମକୁ ଯଦି ନମାନି କେହି ରାସ୍ତା ଉପରକୁ ଗାଈଗୋରୁଙ୍କୁ ଛାଡନ୍ତି ତେବେ ସେଥି ନିମନ୍ତେ ସେମାନଙ୍କୁ ଜୋରିମାନା ଦେବାକୁ ପଡିବାର ସମ୍ଭାବନା ରହିଛି । ପୌରସଂସ୍ଥାର ଏଭଳି ଜନସାଧାରଣଙ୍କ ବୃହତର ସ୍ୱାର୍ଥରକ୍ଷା କାର୍ଯ୍ୟ ନିମନ୍ତେ ପୌରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କୁ ପ୍ରସଂଶା କରିବା ସହ ସମାଜସେବୀ ଇମ୍ମତିଆଜ ଅଲ୍ଲୀ ସାଧୁବାଦ ମଧ୍ୟ ଜଣାଇଛନ୍ତି । ଏଥିସହିତ ଆଗାମୀ ଦିନରେ ସହରବାସୀଙ୍କ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦିଗରେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ବଳ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର
Check Also
କିଶନନଗର ଥାନା ପରିସରରେ ଆତ୍ମାହୁତି ଘଟଣାରେ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନୋଟିସ
କଟକ , ୨୪ /୬/୨୦୨୨(ଓଡ଼ିଶା ସମାଚାର ): କଟକ ଜିଲା କିଶନନଗର ଥାନା ପରିସରରେ ଦେହରେ ନିଆଁ ଲଗାଇ ଆତ୍ମାହୁତି …