Thursday , August 11 2022
Breaking News
Home / ବିଶେଷ / ବେଦୁ ସ୍ମୃତି ପରିଷଦ ପକ୍ଷରୁ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କୁ ମାସ୍କ ବଂଟନ

ବେଦୁ ସ୍ମୃତି ପରିଷଦ ପକ୍ଷରୁ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କୁ ମାସ୍କ ବଂଟନ

ପାଟକୁରା ୧୨/୦୮/୨୦୨୧(ଓଡ଼ିଶା ସମାଚାର)- ପୂର୍ବତନ ମନ୍ତ୍ରୀ ତଥା ପାଟକୁରା ର ପୂର୍ବତନ ବିଧାୟକ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲା ଙ୍କ ସ୍ମୃତିରେ ଗଠିତ ବେଦୁ ସ୍ମୃତି ପରିଷଦ ଆନୁକୂଲ୍ୟରେ ଆଜି ଗରଦପୁର ବ୍ଲକ୍ ର ୭ ଟି ପଂଚାୟତରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କୁ ମାସ୍କ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦିକା ମଧୁମତୀ ଅଗ୍ରୱାଲା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମାସ୍କ ଓ ସାନିଟାଇଜର ବଂଟନ କରିଥିଲେ । ଗରଦପୁର ବ୍ଲକ୍ ଅନ୍ତର୍ଗତ ବେଡ଼ାରୀ, ପାଟକୁରା , ପଦ୍ମପୁର, ତଳକୁସୁମା, କଳାବୁଦା,ପାଖଡ଼ ଓ ଗରଦପୁର ପଂଚାୟତରେ ଅବସ୍ଥିତ ୧୧ ଟି ସରକାରୀ ଉଚ ବିଦ୍ୟାଳୟରେ ପଢ଼ୁଥିବା ୭୦୦ ରୁ ଉଦ୍ଧ୍ୱର୍ ୧୦ ମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ମାସ୍କ ଓ ସାନିଟାଇଜର ବଂଟନ କରାଯାଇଥିଲା । କରୋନା ମହାମାରୀ ରେ ସତର୍କ ରହି ନିଜ ଉଜ୍ୱଳ ଭବିଷ୍ୟତ ଗଠନ କରିବାକୁ ସମ୍ପାଦିକା ଶ୍ରୀମତୀ ଅଗ୍ରୱାଲା ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲା ବିଜୁ ଯୁବ ଜନତା ଦଳର ସଭାପତି ରାଜେସ ଦାସ, ପରିଷଦ ସଭାପତି ପ୍ରହଲାଦ ସାହୁ,ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଦିଲିପ କୁମାର ସେଠୀ, ଗରଦପୁର ପଂଚାୟତ ସଭାପତି ଅମିୟ କୁମାର ରାୟ,ପାଖଡ଼ ପଂଚାୟତ ସଭାପତି ଦୁଖିଶ୍ୟମ ସେନାପତି,ପାଟକୁରା ପଂଚାୟତ ସଭାପତି ସୁବାସ ସାହୁ, ସରପଂଚ ଗୌରାଙ୍ଗ ଚରଣ ପରିଡ଼ା,ସରପଂଚ ପ୍ରକାଶ ଚନ୍ଦ୍ର ସାହୁ,କଳାବୁଦା ପଂଚାୟତ ସଭାପତି ଶୈଳେନ୍ଦ୍ର ମହାନ୍ତି, ରଣଜିତ କୁମାର ପଣ୍ଡା,ସାରଦା ସାମନ୍ତରାୟ ପ୍ରମୁଖ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଡ଼୍ୟାମର ୨ ଟି ଗେଟ ଖୋଲିଲା, ସନ୍ଧ୍ୟା ସୁଦ୍ଧା ଆଉ ୮ ଟି ଗେଟ ଖୋଲିବ ସୂଚନା

ହୀରାକୁଦ/ସମ୍ବଲପୁର ୧୧/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ଗୁରୁବାର ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ । ଆଜି ମଧ୍ୟାହ୍ନ ୨ ଟି …

Leave a Reply

Your email address will not be published.