Tuesday , December 7 2021
Home / ବ୍ୟବସାୟ ବାଣିଜ୍ୟ / ବେଦାନ୍ତ ଲଞ୍ଜିଗଡ଼ ର ସପ୍ତାହବ୍ୟାପୀ ସ୍ତନ୍ୟପାନ ସଚେତନତା କାର୍ଯ୍ୟକ୍ରମ 

ବେଦାନ୍ତ ଲଞ୍ଜିଗଡ଼ ର ସପ୍ତାହବ୍ୟାପୀ ସ୍ତନ୍ୟପାନ ସଚେତନତା କାର୍ଯ୍ୟକ୍ରମ 

ଲାଞ୍ଜିଗଡ଼, ଓଡ଼ିଶା, ୧୨/୦୮/୨୦୨୧(ଓଡ଼ିଶା ସମାଚାର)- ଭାରତର ଅଗ୍ରଣୀ ମେଟାଲର୍ଜିକାଲ୍ ଗ୍ରେଡ୍ ନିର୍ମାତା ବେଦାନ୍ତ ଲିମିଟେଡ୍ ଶିଶୁ ମାନଙ୍କ ଉତମ ପୋଷଣ ଓ ବିକାଶ ପାଇଁ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ସଚେତନତା ପାଇଁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରିଛି । ବେଦାନ୍ତ ଆଲୁମିନିୟମ ଲିମିଟେଡର ଲାଂଜିଗଡ଼ ଗ୍ରାମରେ ଏଥିପାଇଁ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରାୟ ୨୫୦ରୁ ଉଦ୍ଧ୍ୱର୍ ମହିଳା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବେଦାନ୍ତ ହସପିଟାଲର ଡାକ୍ତର ଓ ସମନ୍ୱିତ ଶିଶୁ ବିକାଶ ସେବାର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଅଂଶଗ୍ରହଣ କରିଥିବା ମହିଳାମାନଙ୍କୁ ସ୍ତନ୍ୟପାନର ମହତ୍ୱ ବିଷୟରେ ବୁଝାଇଥିଲେ । ମହିଳାମାନଙ୍କୁ ସୂଚନା ପୁସ୍ତିକା ଓ ଆଇରନ ସପ୍ଲିମେଂଟ ବିତରଣ କରାଯାଇଥିଲା ।

ଏହି ପଦକ୍ଷେପ ସଂପର୍କରେ ଆଲୁମିନା ବିଜିନେସର ଡେପୁଟି ସିଇଓ ଶ୍ରୀ ଜି.ଜି ପାଲ କହିଛନ୍ତିଯେ “ସ୍ଥାନୀୟ ଗୋଷ୍ଠୀର ସ୍ୱାସ୍ଥ୍ୟ ଓ କଲ୍ୟାଣ ବେଦାନ୍ତ ଲାଂଜିଗଡ଼ର ସାମାଜିକ ବିକାଶ ମୂଳକ ପଦକ୍ଷେପର ଏକ ଗୁରୁପôୂର୍ଣ୍ଣ ବିଷୟ । ଆମେ ଏହି ଅଂଚଳର ବିକାଶ ପାଇଁ ବହୁତଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛୁ ଓ ମୋବାଇଲ ହେଲଥ ୟୁନିଟ ଯୋଗେ ୫୦ଟିରୁ ଅଧିକ ଦୂରବର୍ତି ଗ୍ରାମରେ ପହଂଚି ଲୋକମାନଙ୍କୁ ସ୍ୱୋସ୍ଥ୍ୟ ସେବା ଯୋଗାଇ ଦେଉଛୁ । ଆମର ଅତ୍ୟାଧୁନିକ ବେଦାନ୍ତ ହସପିଟାଲ ସର୍ବଦା ଗୋଷ୍ଠୀ ସମୁହର ଉନ୍ନତି ପାଇଁ କାର୍ଯ୍ୟକରୁଛି ଏବଂ ଏଠାକୁ ୨୦୦ରୁ ଅଧିକ ରୋଗୀ ଦୈନିକ ଚିକିତ୍ସା ପାଇଁ ଆସୁଛନ୍ତି । ଆମ ପକ୍ଷରୁ ଉପଯୁକ୍ତ ଡାକ୍ତରୀ ସେବା ଦ୍ୱାରା ଏହି ଅଂଚଳରେ ମ୍ୟାଲେରିଆ ମୃତୁ୍ୟ ସଂଖ୍ୟା ଉଲ୍ଲେଖନୀୟ ଭାବରେ ହା୍ରସ ପାଇଛି । ଆମ ଅଂଚଳର ବିକାଶ ଲାଗି କଂପାନି ପକ୍ଷରୁ ବହୁ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । ’’

ନିକଟରେ ବେଦାନ୍ତ ଲାଞ୍ଜିଗଡ଼ ୫ମ ସିଏସଆର ହେଲଥ ଇଂପାକ୍ଟ ଆୱାର୍ଡରେ ରୋପ୍ୟ ପୁରସ୍କାର ଲାଭ କରିଛି: କୋଭିଡ-୧୯ ଏଡିସନ, ରୁରାଲ ହେଲଥକେୟାର ପଦକ୍ଷେପ ଅଧିନରେ ଆଇଏଚଡବଲୁ୍ୟ କାଉନସିଲ ଦ୍ୱାରା (୧ କୋଟିରୁ କମ) ପାଇଁ ପ୍ରୋଜେକ୍ଟ ଆରୋଗ୍ୟ । ମହାମାରୀ ସମୟରେ ଗୋଷ୍ଠୀକୁ ସହାୟତା ପାଇଁ କଂପାନି ଦ୍ୱାରା ଏହି ପ୍ରୋଜେକ୍ଟ ବହୁମୁଖୀ ସ୍ୱାସ୍ଥ୍ୟ ଯତ୍ନ ପଦକ୍ଷେପ ଗ୍ରହଣ କରୁଛି ଯେପରିକି ବେଦାନ୍ତ ହସପିଟାଲ, ମୋବାଇଲ ହେଲଥ ୟୁନିଟ, ଗୋଷ୍ଠୀ ସ୍ୱାସ୍ଥ୍ୟ ସଚେତନତା ଇତ୍ୟାଦି ।

ବେଦାନ୍ତର ଏହି ପ୍ରୟାସକୁ ପ୍ରଶଂସା କରି ଶ୍ରୀମତି ଜ୍ୟୋତ୍ସ୍ନାରାଣୀ ମିଶ୍ର, ଆଇସିଡିଏସ ସୁପରଭାଇଜର, ଲାଂଜିଗଡ଼ କହିଛନ୍ତିଯେ ବେଦାନ୍ତର ଏହି ଉଲ୍ଲେଖନୀୟ ଭୂମିକା ପାଇଁ ମୁଁ ଖୁବ ଆନନ୍ଦିତ । ଏହା ଦ୍ୱାରା ଲାଞ୍ଜିଗଡ଼ର ମହିଳାମାନେ ସ୍ତନ୍ୟପାନ ସଂପର୍କରେ ସଚେତନ ହୋଇ ପାରିବେ । ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ସୂଚନା ପୁସ୍ତିକା ବଂଟନ ଓ ଆଇରନ ସପ୍ଲିମେଂଟ ବିତରଣ ପାଇଁ ମୁଁ ଧନ୍ୟବାଦ ଜଣାଉଛି । ସ୍ଥାନୀୟ ଲୋକମାନଙ୍କ ସ୍ୱାସ୍ଥ୍ୟ ବିକାଶ ପାଇଁ କଂପାନି ପକ୍ଷରୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସେବା, ସଚେତନତା ଶିବିର ଓ ଆହୁରୀ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି ।

ବେଦାନ୍ତର ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ରହିଛି ଜୀବିକା ନିର୍ବାହ ପନ୍ଥା, ମହିଳା ସଶକ୍ତିକରଣ, ଗୁଣମାନର ଶିକ୍ଷା, ସ୍ୱାସ୍ଥ୍ୟ, ପାଣି ଓ ପରିଚ୍ଛନ୍ନତା, ଜୈବ ନିବେଶ ଓ ଗୋଷ୍ଠୀ ପୁନଃନିର୍ମାଣ କାର୍ଯ୍ୟ ଯେଉଁଥିରେ ଲାଞ୍ଜିଗଡ଼ର ମୋଟ୍ ୬୦ ଟି ଗ୍ରାମକୁ ସାମିଲ୍ କରାଯିବା ସହିତ ଆଖପାଖ ଅଂଚଳର ଲୋକମାନଙ୍କ ପାଇଁ ବହୁତ ଗୁଡ଼ିଏ ବିକାଶମୂଳକ କାର୍ଯ୍ୟ କରାଯାଉଛି । ଏହା ୩୦୫ ଟି ସ୍ୱୟଂ ସହାୟକ ଗୋଷ୍ଠୀରେ ୩୦୦୦ ରୁ ଉଦ୍ଧ୍ୱର୍ ମହିଳାଙ୍କୁ ସଶକ୍ତିକରଣ କରାଇ ପାରିଛି । ବାର୍ଷିକ ପ୍ରାୟ ୬୦୦୦୦ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ସହିତ ୨୮୦୦ ଛାତ୍ର ଛାତ୍ରୀଙ୍କ ପାଇଁ ଶିକ୍ଷା ସହାୟତା, ଗୋଷ୍ଠୀ ମଧ୍ୟରେ ୫.୪ ଲକ୍ଷରୁ ଉଦ୍ଧ୍ୱର୍ ବୃକ୍ଷ ରୋପଣ ଓ ଗୋଷ୍ଠୀ ସ୍ତରରେ ୫୦୦ ରୁ ଅଧିକ ଭିତିଭୂମିମୂଳକ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିଛି ।

ବେଦାନ୍ତ ହେଉଛି ଭାରତର ଏକ ବୃହତ ଆଲୁମିନିୟମ ନିର୍ମାତା ଏବଂ ମେଟାରଲଜିକାଲ୍ ଗ୍ରେଡ୍ ଆଲୁମିନାର ଅଗ୍ରଣୀ ନିର୍ମାତା । ଏହି କମ୍ପାନୀ ଲାଞ୍ଜିଗଡ଼ (କଳାହାଣ୍ଡି ଜିଲ୍ଲା, ଓଡ଼ିଶା) ରେ ଗତ ୨୦୦୭ ଠାରୁ ଭାରତ ପାଇଁ ଦୁଇ ଏମିଟିପିଏ ଆଲୁମିନା ରିଫାଇନାରି ଉତ୍ପାଦନ କରୁଛି ଏବଂ ଏହା ମଧ୍ୟ ୯୦ ମେଗାୱାଟର କ୍ୟାପଟିଭ୍ ପାୱାର ପ୍ଲାଂଟ ପରିଚାଳନା କରୁଛି । ଓଡ଼ିଶା ସମାଚାର

About admin

Check Also

ଦୁଇ ଦିନିଆ ପାରାଦୀପ ଗସ୍ତରେ କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟମନ୍ତ୍ରୀ ସାନ୍ତନୁ ଠାକୁର

ପାରାଦୀପ,୨୬/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ର ଜାହାଜ ଚଳାଚଳ,ବନ୍ଦର ଓ ଜଳମାର୍ଗ ବିଭାଗର ରଷ୍ଟ୍ରମନ୍ତ୍ରୀ  ସାନ୍ତନୁ ଠାକୁର ଦୁଇ ଦିନିଆ ପାରାଦୀପ ବନ୍ଦର …

Leave a Reply

Your email address will not be published. Required fields are marked *