Tuesday , December 7 2021
Breaking News
Home / ବିଶେଷ / ବଳରାମ ଦେବତାଙ୍କ ଦ୍ୱାଦଶାହ ସ୍ମୃତି ଚାରଣ ଉତ୍ସବ

ବଳରାମ ଦେବତାଙ୍କ ଦ୍ୱାଦଶାହ ସ୍ମୃତି ଚାରଣ ଉତ୍ସବ

ଗରଦପୁର ୧୨/୦୮/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ତିକନପୁର ଗ୍ରାମର ସ୍ୱର୍ଗତ ବଳରାମ ଦେବତାଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ସ୍ମୃତି ଚାରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ କଳାବିଷାରଦ ଶଶିଭୁଷଣ କାନୁନଗୋ ସଭାପତିତ୍ୱ କରିଥିବାବେଳେ ଏଥିରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ସ୍ୱର୍ଗତ ବଳରାମ ଦେବତା ଜଣେ ଆଦର୍ଶ ଶିକ୍ଷକ ଏବଂ ଓଡ଼ିଶୀ ସଙ୍ଗୀତର ସତ୍ୟନିଷ୍ଠ ସାଧକ ଥିଲେ ବୋଲି ମତ ବ୍ୟକ୍ତ କରିଥିଲେ । ଏଥିରେ ଅଧ୍ୟାପକ ରମେଶ ଚନ୍ଦ୍ର ଶତପଥି, ଅଧ୍ୟାପକ ଶଶିଭୁଷଣ ନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭଗବାନ ବାରିକ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ଶତପଥି, ନିଶିକାନ୍ତ ପଣ୍ଡା, ପଣ୍ଡିତ ଜୟନ୍ତ କୁମାର ଶତପଥି, ପ୍ରଧାନ ପଣ୍ଡିତ ସୁବାସ ଚନ୍ଦ୍ର ପାଣି, ଶିକ୍ଷକ ବେଣୁଧର ବିଶ୍ୱାଳ,ଅଧ୍ୟାପିକା ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ, ଅଧ୍ୟାପିକା ପୁଷ୍ପଲତା ଶତପଥି, ସୁଶ୍ରୀ ଅନିନ୍ଦିତା ଦେବତା ପ୍ରମୁଖ ତାଙ୍କର ସ୍ମୃତି ଚାରଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଶୋକ ସମାଚାର : ପଦ୍ମଶ୍ରୀ ପଦ୍ମଶ୍ରୀ ନନ୍ଦ ସାର ଙ୍କ ପରଲୋକ

ଭୁବନେଶ୍ୱର,୦୭/୧୨/୨୦୨୧ (ଓଡ଼ିଶା ସମାଚାର)- ଶତାୟୁ ପୁରୁଷ,ସୁକିନ୍ଦା ଅଂଚଳର ଶିକ୍ଷାର ଆଲୋକ ବର୍ତିକା,ପଦ୍ମଶ୍ରୀ ପଦ୍ମଶ୍ରୀ ନନ୍ଦ ସାର ପରଲୋକ ଗମନ କରିଛନ୍ତି …

Leave a Reply

Your email address will not be published. Required fields are marked *