ପାରାଦ୍ୱୀପ,୧୨/୦୮/୨୦୨୧(ଓଡ଼ିଶା ସମାଚାର)- କ୍ରୀଡା ଭିତିଭୂମି ର ବିକାଶ ପାଇଁ ରାଜ୍ୟ ସରକାର ଓଡିଶା ର ବିଭିନ୍ନ ସ୍ଥାନ ରେ ଇନଡ଼ୋର ଷ୍ଟାଡିୟମ୍ ପାଇଁ ନିଷ୍ପତି ନେଇଛନ୍ତି । ଏହିକ୍ରମ ରେ ବନ୍ଦର ସହର ପାରାଦୀପ ଠାରେ ଏକ ଇନଡ଼ୋର ଷ୍ଟାଡିୟମ୍ ପ୍ରତିଷ୍ଠା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦୟ ସ୍ୱିକୃତି ପ୍ରଦାନ କରିଛନ୍ତି । ସେଥି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଏକ ବୈଠକ ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ୍ ପରିସର ରେ ଆୟୋଜିତ ହୋଇଥିଲା । ଏହି ବୈଠକ ରେ ସଭାପତିତ୍ୱ କରିଥିଲେ ଅଧ୍ୟାପକ ଅକ୍ଷୟ ଚନ୍ଦ୍ର ମିଶ୍ର । ମୁଖ୍ୟ ଅତିଥି ଭାବେ ପାରାଦୀପ ର ମାନ୍ୟବର ବିଧାୟକ ସଂବିତ୍ ରାଉତରାୟ ଯୋଗ ଦେଇ ପାରାଦୀପ ଠାରେ ଏକ ଇନଡ଼ୋର ଷ୍ଟାଡିୟମ୍ ପ୍ରତିଷ୍ଠା ପାଇଁ ନିଷ୍ପତି ନେଇଥିବାରୁ ପାରାଦୀପବାସୀ ଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ବୈଠକ ରେ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସବିତା ମହାପାତ୍ର, ଜିଲ୍ଲା ବିଜେଡି ଉପସଭାପତି କୁମରବର ନାୟକ, ପୂର୍ବତନ ପାରିଷଦ ମାନସ ରଂଜନ ବିଶ୍ୱାଳ,ଅଜୟ କୁମାର ନାୟକ,ଚିତ ରଂଜନ ରାଉତରାୟ, କ୍ରିଡା ପ୍ରଶିକ୍ଷକ ସଂଜୟ କୁମାର ଦାସ, ଶାଶ୍ୱତ କୁମାର ଭାରତୀୟ, ଆଇନଜିବୀ ସୁରେଶ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସର ରେ ମୁଖ୍ୟ ଅତିଥି ଭଲିବଲ୍ ଓ ଫୁଟବଲ୍ ଖେଳାଳୀଙ୍କୁ କ୍ରିଡା ଉପକରଣ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର
