Wednesday , December 8 2021
Home / ବିଶେଷ / ଗୁଆଳିପୁରରେ ଲୋକ ଅଦାଲତ ଓ ବୃକ୍ଷ ରୋପଣ କାର୍ୟ୍ୟକ୍ରମ 

ଗୁଆଳିପୁରରେ ଲୋକ ଅଦାଲତ ଓ ବୃକ୍ଷ ରୋପଣ କାର୍ୟ୍ୟକ୍ରମ 

ରଘୁନାଥପୁର ,୧୨/୦୮/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ଗ୍ରାମ୍ୟ ନ୍ୟାୟାଳୟର ୧ମ ବାର୍ଷିକ ପୂର୍ତି ଉପଲକ୍ଷେ ଆଜି ସ୍ଥାନୀୟ ଗୁଆଳିପୁର ପଂଚାୟତ କାର୍ୟ୍ୟାଳୟରେ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିବାବେଳେ ନିକଟସ୍ଥ ମହେଶ୍ୱର ଉଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ କରାଯାଇଥିଲା । ଏହି ଲୋକ ଅଦାଲତରେ ୨୨ ଗୋଟି ମାମଲା ପଂଜିକରଣ କରାଯାଇଥିଲା । ଗ୍ରାମ୍ୟ ନ୍ୟାୟାଳୟର ବିଚାରପତି ସୁମିତ୍ରା ବିଶ୍ୱାଳ ଉପସ୍ଥିତ ରହି ମାମଲାର ଶୁଣାଣୀ କରିଥିଲେ । ଏହି ବୃକ୍ଷ ରୋପଣ ଓ ଲୋକ ଅଦାଲତ କାର୍ୟ୍ୟକ୍ରମରେ ସ୍ଥାନୀୟସରପଂଚ ଜାନକୀ ବଲଭ ସ୍ୱାଇଁ, ସମାଜସେବୀ ଜ୍ଞାନ ରଂଜନ ପଟ୍ଟନାୟକ,ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁ, ଆଇନଜିବୀ ଗଗନ ଦାସ, ଆଇନଜିବୀ ଅନୀଲ ଖଟୁଆ, ପ୍ରଦୀପ୍ତ ଦାସ, ଅମିୟ ମହାପାତ୍ର, ଶୁଭେନ୍ଦୁ ଦାସ, ନରେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *