Saturday , March 25 2023
Breaking News
Home / ବିଶେଷ / ଅସହ୍ୟ ଗୁଳୁଗୁଳିରେ ବିଧାୟକଙ୍କ ଭତ୍ତା ଵଣ୍ଟନ

ଅସହ୍ୟ ଗୁଳୁଗୁଳିରେ ବିଧାୟକଙ୍କ ଭତ୍ତା ଵଣ୍ଟନ

କଟକ ସଦର, ୧୨/୦୮/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ସାମାଜିକ ସୁରକ୍ଷା ଅଭିଯାନରେ କଟକ ସଦର ଵ୍ଲକର ୭ଶହ ଜଣ ବାର୍ଦ୍ଧକ୍ୟ,ଵିଧଵା,ସ୍ୱ।ମୀ ପରିତ୍ୟକ୍ତା, ଭିନ୍ନକ୍ଷମ ଙ୍କୁ ଆମଣ,ନିମେଇଶାପୁର,କଳପଡା ଓ ଅରିଲୋ ଠାରେ ଗୁରୁବାର ଦିନ ସଦର ଵିଧାୟକ ଚନ୍ଦ୍ର ସାରଥି ଵେହେରା ପ୍ରଵଳ ଗୁଳୁଗୁଳି ମଧ୍ୟରେ ନୂତନ ଭତ୍ତା ଵଣ୍ଟନ କରିଛନ୍ତି।ଏହି ଉପଲକ୍ଷେ ଅରିଲୋ ଠାରେ ସରପଞ୍ଚ ଅକ୍ଷୟ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଵିଧାୟକଙ୍କ ସହିତ ଵିଡିଓ ରାଜୀବ ଲୋଚନ ପରିଡା, ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ଵିକାଶ ଭୂୟାଁ,ଵ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସମର ବେହେରା, ଅଚ୍ୟୁତ। ନନ୍ଦ ଦାସ, ଜିଲ୍ଲା ପରିଷଦ ସଭ୍ୟ ଵିଳାସ ମଲିକ ପ୍ରମୁଖ ଯୋଗଦେଇ ୨୨୮ ଜଣଙ୍କୁ ଭତ୍ତା ବଣ୍ଟନ କରିଥିଲେ। କାର୍ଯ୍ୟ କ୍ରମ ପରିଚାଳନା ରେ ପଞ୍ଚାୟତ ଵିଜେଡି ସଭାପତି ଆଲୋକ ଖଣ୍ଡୁଆଳ ସହାୟତା କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.