ସାଲେପୁର,୧୧/୦୮/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ସାଲେପୁର ବ୍ଲକ ଅଂଚଳରେ ହଜାର ହଜାର ହେକ୍ଟର ଚାଷଜମିରେ ଧାନ ଫସଲ ପାଇଁ ଆଶା ବାନ୍ଧିଥିବା ଚାଷୀ ମୁଣ୍ଡରେ ପଡିଛି ଚଡକ । ବର୍ଷା ଅଭାବ ସାଙ୍ଗକୁ କେନାଲରେ ପାଣି ନଥିବାରୁ ଧାନ ତଳି ପକାଇଥିବା ଚାଷୀ ଆଗକୁ କଣ କରିବ ତାକୁ ନେଇ ଆଶଙ୍କାରେ ଦିନ କାଟୁଚି । ଗଜା ମରୁଡ଼ିର ପଦଧ୍ୱନି ସାଲେପୁର ଚାଷୀଙ୍କ ସ୍ୱପକୁ ଧୂଳିସାତ କରିଦେଇଛି । ଚାଷୀ ମୌସୁମୀ ବର୍ଷାର ଆଗମନକୁ ନେଇ ବେଶ ଉତ୍ଫୁଲିତ ଥାଏ ।
ଅଗଷ୍ଟ ମାସ ଅଧା ସରିଗଲା କିନ୍ତୁ କ୍ଷେତରେ ମୁନ୍ଦାଏବି ପାଣି ନାହିଁ । ଶାଖା କେନାଲ କଥା କଥା ନକହିବା ଭଲ କ୍ଷ ବିହନ କିଣିଥିବା ଚାଷୀ ଜମିରେ ଧାନଚାଷ ପାଇଁ ତଳି ପକାଇଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ବିଲ ଏବେ ଶୁଖି ଗଲାଣି । ଗଜା ଧାନ ତଳି ହେବାର ସମ୍ଭାବନା କ୍ଷୀଣ । ହଜାର ହଜାର ଏକର ଚାଷଜମି ଶୁଖିଲା ପଡ଼ିଛି ଆଉ ସେ ଜମି ରେ ବୁଲା ଗୋରୁଙ୍କ ର ଏବେ ଚରା ଭୁଇଁ ପାଲଟିଛି. । ଛାଣିପୁର ବାଲିଆ ଶିଶୁଆ ନଇଗୁଆଁ ଆଦି ଅଞ୍ଚଳର ଚାଷ ଜମିର ଦୃଶ୍ୟ ନକହିବା ଭଲ. । ଗୋଟେ ପଟେ ବର୍ଷାର ଅଭାବ ଅଉ ଅନ୍ୟ ପଟେ କେନାଲ ରେ ପାଣି ଆସୁ ନାହିଁ, ଏପରି କି ଶାଖା କେନାଲ ଗୁଡ଼ିକ ଠିକ ଭାବରେ ସଫା ନ ହୋଇ ପଡ଼ିରହିଛି. । ଫଳ ରେ ଚଳିତ ବର୍ଷ କିପରି ଧାନ ଚାଷ ହେଵ ଏବେ ଠାରୁ ମୁଣ୍ଡରେ ହାତ ଦେଇ ବସି ଲେଣି ଚାଷୀ. ।
ଅଧିକାଂଶ ଚାଷୀ ଧାର କରଜ କରି ବିହନ କିଣି ଧାନ ରୋଇ ଥିବା ବେଳେ ପଣି ଅଭାବ ଯୋଗୁ ତଳି ମଧ୍ୟ ମରି ଯିବାକୁ ବସିଲାଣି ଜଳ ସେଚନ ବିଭାଗ ତରଫରୁ ମଧ୍ୟ କୌଣସି ପଦକ୍ଷପ ନିଆଯାଇ ନଥିବାରୁ ଚାଷୀ ଏବେହତୋତ୍ସାହିତ ହୋଇପଡିଛନ୍ତି. ଚାଷଜମିକୁ ପାଣିନଆସିଲେ ଓ ଠିକଣା ସମୟରେ ତଳି ପ୍ରସ୍ତୁତ କରାନଗଲେ, ଆଗକୁ ରୁଆ ପୋତା ପାଇଁ ଚାଷୀ ପାଖରେ ଧାନ ତଳି ନଥିବ । ଏବେ ବର୍ଷା ସାଜିଛି ବାଧକ । ଜମିକୁ ପାଣି ପହଂଚିବାର ସବୁ ରାସ୍ତା ବନ୍ଦ । ଆଶା ଓ ଆଶଙ୍କା ଭିତରେ ଅଣନିଶ୍ୱାସୀଏବେ ଶହଶହ ଚାଷୀ । ଏବେଠୁ ପ୍ରଶାସନ ସଜାଗ ନରହିଲେ ଆସନ୍ତା ଦିନରେ ଭାଙ୍ଗିଯିବ ଚାଷୀର ମେରୁଦଣ୍ଡ, ଏଥିରେ ସନ୍ଦେହ ନାହିଁ । ଓଡିଶା ସମାଚାର