Monday , December 6 2021
Breaking News
Home / ବିଶେଷ / ପଞ୍ଚାୟତ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନିର୍ଣ୍ଣୟ କରିଵ ‘ଉତ୍କଳ ବିକାଶ ପରିଷଦ’

ପଞ୍ଚାୟତ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନିର୍ଣ୍ଣୟ କରିଵ ‘ଉତ୍କଳ ବିକାଶ ପରିଷଦ’

 କଟକ ସଦର ୧୧/୦୮/୨୦୨୧, (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଉ ମାତ୍ର ହାତ ଗଣତି ଛ ମାସ ପରେ ପଞ୍ଚାୟତ ତ୍ରିସ୍ତରୀୟ ନିର୍ବାଚନ ହେବାକୁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିଵା ଵେଳେ କଟକ ସଦର ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗରେ ଉଷ୍ମତା ପ୍ରକାଶ ପାଇଛି।ଯଦି ପୂର୍ବ ଭଳି ଆସନ ସେହିପରି ରୁହେ ତେଵେ ନିର୍ବାଚିତ ପ୍ରତିନିଧି ମାନେ ପୁଣି ଥରେ ରିପିଟ୍ ହେଵାକୁ ମନ ଵଳାଇଛନ୍ତି।ହେଲେ ସେମାନଙ୍କ ୫ ବର୍ଷର ରିପୋର୍ଟ କାର୍ଡକୁ ଭୋଟର ପ୍ରଥମେ ପ୍ରାଧାନ୍ୟ ଦେଵେ ଵୋଲି ଜଣା ପଡ଼ିଛ।ହେଲେ ଦୀର୍ଘ ଵର୍ଷର ସରକାରୀ ଆଞ୍ଚଳିକ ଵିଜୁ ଜନତା ଦଳ ନିର୍ବାଚନ ବୈତରଣୀ ପାର ହେବାକୁ ସଙ୍ଗଠନ କୁ ପଞ୍ଚାୟତ ସ୍ତରରୁ ସୁଦୃଢ କରିଵାରେ ଲାଗି ପଡିଥଵା ଵେଳେ ରାଷ୍ଟ୍ରୀୟ ଭାରତୀୟ ଜନତା ପାର୍ଟି ହାତି ପାହୁଣ୍ଡ ପକାଇଵା ପରି ଚାଲିଛି।ହେଲେ ସର୍ବପୁରାତନ ଜାତୀୟ କଂଗ୍ରେସ ସୁପ୍ତ ଥିଵା ପରି ମନେ ହେଉଛି। ଏପରି ସ୍ଥଳେ ‘ଉତ୍କଳ ବିକାଶ ପରିଷଦ’ ନାମରେ ଏକ ଅଗ୍ରଣୀ ସାମାଜିକ ସଂଗଠନ କଟକ ସଦର ନିର୍ବାଚନମଣ୍ଡଳୀରେ ବିଭିନ୍ନ ଲୋକହିତକର ସମାଜ ସେବା କରି ଲୋକଙ୍କର ଆଦୃତି ଲାଭ ଲାଭ କରିଛି। ପରିଷଦର ସଭାପତି ଯୁଵ ସମାଜସେବୀ ଇଂ ପ୍ରକାଶ ସେଠୀ ରାଜ୍ୟ ବାହାରେ ସୁଦୂର ହାଇଦ୍ରାବାଦରେ ଅଵସ୍ଥାନ କରୁଥିଲେ ଵି ଶତାଧିକ ସଦସ୍ୟ ମାନଙ୍କ ସହାୟତାରେ ସଦର ଅଞ୍ଚଳରେ ନିରବଚ୍ଛିନ୍ନ ସମାଜସେବା କୁ ଆପଣେଇ ପ୍ରସଂଶାର ପାତ୍ର ହୋଇଛନ୍ତି।ହେଲେ ପରିଷଦରେ ଏକାଧିକ ଛାମୁଆ ଵିଜେପି କର୍ମୀଙ୍କୁ ଦେଖିବାକୁ ମିଳୁଥିବା ଵେଳେ ବିଜେପି ର କେହି ଜଣେ ପ୍ରମୁଖ ନେତାଙ୍କର ଅଦୃଶ୍ୟ ହାତ ଥିଵା ପରି ମନେ ହେଉଛି। ଏପରି ସ୍ଥଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ‘ଉତ୍କଳ ବିକାଶ ପରିଷଦ’ ନିର୍ଣ୍ଣାୟକ ଭୂମିକା ନିର୍ଣ୍ଣୟ କରିଵ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ଵୋଲି ପ୍ରାକ୍ ନିର୍ବାଚନ ସର୍ବେକ୍ଷଣରୁ ଜଣାପଡିଛି। ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *