Monday , September 25 2023
Breaking News
Home / ତାଜା ଖବର / ନଦୀରେ ବୁଡ଼ି ଯୁବକ ମୃତ

ନଦୀରେ ବୁଡ଼ି ଯୁବକ ମୃତ

ଗରଦପୁର ୧୧/୦୮/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ ସମସରା ଗ୍ରାମର ଚିନ୍ମୟ ସାହୁ (୪୦) ଙ୍କର ଆଜି ଚିତ୍ରୋପôଳା ନଦୀରେ ବୁଡ଼ି ମୃତ୍ୟୁ ହୋଇଛି । ଚିନ୍ମୟ ମଧ୍ୟାହ୍ନରେ ନିଜ କାମ ସାରି ଚି୍ରତ୍ରାପôଳା ନଦୀକୁ ଗାଧେଇବାକୁ ଯାଇଥିଲେ । ଗୋଡ଼ ଖସି ଯିବାରୁ ସେ ଗଭୀର ଜଳକୁ ଚାଲିଯାଇଥିଲେ । ପାଣିରେ ବୁଡ଼ି ସେ ପ୍ରାଣ ହରାଇଥିଲେ । କିଛି ସମୟ ପରେ ଗ୍ରାମ ଯୂବକମାନେ ଖୋଜାଖୋଜତ କରି ତାକୁ ନପାଇବାରୁ ଅଗ୍ନୀଶମ ବିଭାଗକୁ ଖବର ଦେଇଥିଲେ । ଗରଦପୁର ଅଗ୍ନୀଶମ ବିଭାଗ ପହଂଚି ଚିନ୍ମୟଙ୍କୁ ଉଦ୍ଧାର କରି ପାଟକୁରା ମେଡ଼ିକାଲ ରେ ପହଂଚାଇ ଥିଲେ । ପାଟକୁରା ସ୍ୱାସ୍ଥ୍ୟକେନ୍ଦ୍ର ଡ଼ାକ୍ତର ହିମାଂଶୁ ଭୁଷଣ ସଢ଼ଙ୍ଗୀ ତାଙ୍କୁ ମୃତ ଘୋଷଣା କରିଥିଲେ । ଚିନ୍ମୟ ଜଣେ ଗରୀବ ଲୋକ । ତାଙ୍କର ଛୋଟ ଛୋଟ ୩ ଟି ପିଲା ଓ ପତ୍ନୀ ଅଛନ୍ତି । ପାଟକୁରା ଥାନାରେ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ଏବଂ ଶବ ବ୍ୟବଛେଦ ପାଇଁ କେନ୍ଦ୍ରାପଡ଼ା ପଠାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *