Monday , December 6 2021
Breaking News
Home / ବିଶେଷ / ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ସ୍ୱରାଜ କେତନ ମଙ୍ଗରାଜଙ୍କ ବିୟୋଗରେ ସ୍ମୃତିସଭା

ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ସ୍ୱରାଜ କେତନ ମଙ୍ଗରାଜଙ୍କ ବିୟୋଗରେ ସ୍ମୃତିସଭା

କେନ୍ଦ୍ରାପଡ଼ା, ୧୧/୦୮/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ବିଶିଷ୍ଟ ଶିକ୍ଷାବିତ ତଥା ସମସ୍ତଙ୍କୁ ଆପଣାର କରିପାରୁଥିବା ଦରଦି ମଣିଷ ସ୍ୱରାଜ କେତନ ମଙ୍ଗରାଜଙ୍କ ବିୟୋଗରେ ଏକ ସ୍ମୃତିସଭା ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିସଭାରେ ଅତିଥି ଭାବେ ବରିଷ୍ଠ ଆଇନଜିବି ଉମେଶ ଚନ୍ଦ୍ର ସିଂ, ବୈଦ୍ୟନାଥ ଚାଟାର୍ଜୀ, ଧରଣୀଧର ସୁଆର ଓ ତୈ୍ରଲୋକ୍ୟନାଥ ପରିଡା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମଙ୍ଗରାଜଙ୍କ ଗୁଣଗାନ କରିବା ସହ ତାଙ୍କ ପରିବାରର କେନ୍ଦ୍ରାପଡା ପାଇଁ ଥିବା ଅବଦାନ ସମ୍ପର୍କରେ ବର୍ଣ୍ଣନା କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋପାଳକୃଷ୍ଣ ଜେନା, ମୁକ୍ତାର ଖାଁ, ଆଶିଷ ସେନାପତି, ଗୋବିନ୍ଦ ପୃଷ୍ଟି, ତୈ୍ରଲୋକ୍ୟ ପରିଡା, ଅଶୋକ କୁମାର ସାହୁ, ରଣଧିର ଜେନା, ନୃସିଂହ ଚରଣ ତ୍ରିପାଠୀ, ସାମ୍ବାଦିକ ଚିିତରଞ୍ଜନ ଦାସ, ନଳିନୀ ବିହାରି ମହାନ୍ତି, ଯସମିନ ପରୱିନ, ସେକ ସିକନ୍ଦର, ସେକ ସମସେର, ଜାକିର ହୋସେନ, ସନ୍ତୋଷ କର, ଅବନ୍ତୀ ବେହେରା, ରାଜେନ୍ଦ୍ର ଲେଙ୍କା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମଙ୍ଗରାଜଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଗୋଲଖ ଚନ୍ଦ୍ର ପଢିଆରୀ ସଭାର ଆଭିମୁଖ୍ୟ ଜ୍ଞାପନ କରିଥିଲେ ।ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *