Monday , December 6 2021
Breaking News
Home / ବିଶେଷ / କେନ୍ଦ୍ରାପଡା ବ୍ଲକରେ ଅଙ୍ଗନୱାଡିକର୍ମୀଙ୍କ ବ୍ଲକ ସ୍ତରୀୟ ତାଲିମ ଶିବିର

କେନ୍ଦ୍ରାପଡା ବ୍ଲକରେ ଅଙ୍ଗନୱାଡିକର୍ମୀଙ୍କ ବ୍ଲକ ସ୍ତରୀୟ ତାଲିମ ଶିବିର

କେନ୍ଦ୍ରାପଡ଼ା, ୧୧/୦୮/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ନିର୍ଦେଶରେ ଅଙ୍ଗନୱାଡିକର୍ମୀଙ୍କ ଦ୍ୱାରା ୦ରୁ ୬ବର୍ଷ ବୟଷ୍କ ଭିନ୍ନକ୍ଷମ ଶିଶୁମାନଙ୍କ ସର୍ବେକ୍ଷଣ କାର୍ଯ୍ୟ ମଙ୍ଗଳବାର ଠାରୁ ଜିଲ୍ଲାରେ ଆରମ୍ଭ ହୋଇଛି । ଜିଲ୍ଲା ସ୍ତରରେ ତାଲିମ ନେଇଥିବା ବ୍ଲକ ସ୍ତରୀୟ ପ୍ରଶିକ୍ଷକମାନେ ପ୍ରତି ବ୍ଲକରେ ଏହି ଶିବିରରେ ତାଲିମ ଦେବା ଆରମ୍ଭ କରିଛନ୍ତି । ପ୍ରତ୍ୟେକ ଦିନ ୨ଟି କରି ୩ ଦିନ ମଧ୍ୟରେ ସମସ୍ତ  ଅଙ୍ଗନୱାଡିକର୍ମୀ ଓ କ୍ଷେତ୍ରୀୟ ପରିଦର୍ଶିକାଙ୍କୁ ଏହି ତାଲିମ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି । ଏହି ଅବସରରେ କେନ୍ଦ୍ରାପଡା ପଂଚାୟତ ସମିତି ସଭାଗୃହରେ ବିଡିଓ ଅଶ୍ୱିନୀ କୁମାର ଦାସ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ଶିବିରକୁ ଉଦଘାଟନ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଓ ସହକାରୀ ବିଡିଓ ଅନିରୁଦ୍ଧ ବେହେରା ଶିବିରରେ ଉପସ୍ଥିତ ଥିଲେ । ୨୧ପ୍ରକାର ଭିନ୍ନକ୍ଷମ ବର୍ଗର ପିଲାଙ୍କୁ ଚିହ୍ନଟ ପରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ସାମାଜିକ ସୁରକ୍ଷା ବିଭାଗର ମିଳିତ ଉଦ୍ୟମରେ ଚିକିତ୍ସା ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଜିଲ୍ଲାର ୯ଟି ବ୍ଲକ ମଧ୍ୟରୁ ରାଜକନିକା,ଆଳି, ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ରୂପାଲି ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ତଦାରଖ କରୁଥିବା ବେଳେ କେନ୍ଦ୍ରାପଡା, ଡେରାବିଶି, ଗରଦପୁର, ମାର୍ଶାଘାଇ ଓ ମହାକାଳପଡା ବ୍ଲକକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ତଦାରଖ କରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *