Friday , September 29 2023
Breaking News
Home / ବିଶେଷ / ଇଫକୋ ପାରାଦୀପ ୟୁନିଟ୍ ର ଅଧିକାରୀ ଓ କର୍ମଚାରୀ ସଂଘ ର ନିର୍ବାଚନ ଅନୁଷ୍ଠିତ

ଇଫକୋ ପାରାଦୀପ ୟୁନିଟ୍ ର ଅଧିକାରୀ ଓ କର୍ମଚାରୀ ସଂଘ ର ନିର୍ବାଚନ ଅନୁଷ୍ଠିତ

ପାରାଦ୍ୱୀପ ୧୧/୦୮/୨୦୨୧(ଓଡ଼ିଶା ସମାଚାର)- ପାରାଦୀପସ୍ଥିତ ଇଫକୋ ସାର କାରଖାନା ର ଅଧିକାରୀ ଓ କର୍ମଚାରୀ ସଂଘ ର ନିର୍ବାଚନ ପୃଥକ ପୃଥକ ଭାବେ ଅନୁଷ୍ଠିତ ହୋଇଯାଇଛି । ଦୁଇ ସଂଘ ର ନିର୍ବାଚିତ ପ୍ରତିନିଧିମାନେ ଆଗାମୀ ତିନି ବର୍ଷ ନିମନ୍ତେ ଦାୟିତ୍ୱ ରେ ରହିବେ । ଏ ସଂପର୍କ ରେ ଇଫକୋ ପକ୍ଷରୁ ନବନିର୍ବାଚିତ ମାନଙ୍କ ର ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ଇଫକୋ ଅଫିସର୍ସ ଆସୋସିଏସନ୍ ର ସଭାପତି ଭାବେ ଦେବାଶିଷ ମହାନ୍ତି, ସାଧାରଣ ସଂପାଦକ ଭାବେ ସୁବାଶିଷ ମିଶ୍ର, ଉପସଭାପତି ଦୁର୍ଗେଷ ବସ୍ତା, ଯୁଗ୍ମ ସଂପାଦକ ସତ୍ୟଜିତ ଖୁଂଟିଆ, ପରିଚାଳନା ସଂପାଦକ ସୁମିତ କୁମାର ରାୟ, କୋଷାଧ୍ୟକ୍ଷ ପ୍ରଭାତ କୁମାର ପ୍ରଧାନଙ୍କ ସମେତ କାର୍ଯ୍ୟକାରୀ କମିଟି ର ସଦସ୍ୟମାନେ ନିର୍ବାଚିତ ହୋଇଛନ୍ତି । ସେହିପରି ଇଫକୋ କର୍ମଚାରୀ ସଂଘ ର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବେ ତୁଷାର ରଂଜନ ସାମନ୍ତରାୟ, କାର୍ଯ୍ୟକାରୀ ସଭାପତି ଭାବେ କମଳକାନ୍ତ ଦଳାଇ,ସାଧାରଣ ସଂପାଦକ ରାକେଶ କୁମାର ଓଝା, ଉପସଭାପତି ଭାବେ ଅନୀଲ କୁମାର ସାହୁ,ଯୁଗ୍ମ ସଂପାଦକ ପ୍ରଭାତ ରଂଜନ ଦାସ, ପରିଚାଳନା ସଂପାଦକ ଦେଓତ ନନ୍ଦ ସିଂହ, ପ୍ରଚାର ଓ ପ୍ରସାର ବିଭାଗ ର ସଂପାଦକ ଭାବେ ଗୋବିନ୍ଦ ଚରଣ ସେଠୀ, କୋଷାଧ୍ୟକ୍ଷ ଭାବେ ପି.ବେନୁଗୋପାଲଙ୍କ ସମେତ କାର୍ଯ୍ୟକାରୀ କମିଟି ର ସଦସ୍ୟମାନେ ନିର୍ବାଚିତ ହୋଇଛନ୍ତି । ନବ ନିର୍ବାଚିତ କର୍ମକର୍ତାମାନଙ୍କୁ ଇଫକୋ ର ୟୁନିଟ୍ ହେଡ୍ ତଥା ନିର୍ବାହୀ ନିର୍ଦ୍ଧେଶକ କେ.ଜେ.ପଟେଲ୍ ନବ ନିର୍ବାଚିତ ସଦସ୍ୟ ଓ କର୍ମକା ମାନଙ୍କୁ ଅଭିନନ୍ଦନ ଓ ଶୁଭେଛା ଜଣାଇଛନ୍ତି ବୋଲି ଇଫକୋ ପକ୍ଷରୁ ପ୍ରକାଶିତ ପ୍ରେସ୍ ଇସ୍ତାହାର ମାଧ୍ୟମ ରେ ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ବେଉରା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *