କେନ୍ଦ୍ରାପଡ଼ା, ୧୦/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଲନଗର ପଂଚାୟତର ଖଇରାବାଦ ଗ୍ରାମର ଶତୃଘ୍ନ ମହାରଣାଙ୍କ ପୁଅ ସନ୍ତୋଷ କୁମାର ମହାରଣା ଗତ ୨୦୨୦ମସିହା ଜାନୁଆରୀମାସ ୭ତାରିଖରେ ସେହି ଥାନା ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁର ଗ୍ରାମର ନାରାୟଣ ଓଝା ଏବଂ ତାଙ୍କ ପତ୍ନୀ ସୁଲେଖା ଓଝାଙ୍କ ଠାରୁ ପ୍ରାୟ ୬ଲକ୍ଷ ଟଙ୍କା ହାତ ଉଧାରୀ ନେଇଥିଲେ । ସେହି ଅର୍ଥ ଫେରସ୍ତ ପାଇବା ପାଇଁ ଉଭୟ ଦମ୍ପତି ସନ୍ତୋଷକୁ ବାରମ୍ବାର ମାଗିବା ସତ୍ୱେ ସନ୍ତୋଷ ଉଦ୍ଧାର ଅର୍ଥ ଫେରସ୍ତ ନକରିବା ସହ ସେମାନଙ୍କୁ ନିରାଶ କରିଥିଲେ । ଗତ ସାତମାସ ହେବ ସନ୍ତୋଷ ଫେରାର ହୋଇଯାଇଥିବା ସମ୍ପର୍କରେ ଖବର ପାଇବା ପରେ ଶେଷରେ ସେହି ଦମ୍ପତି ନିରୁପାୟ ହୋଇ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସନ୍ତୋଷ ଉଦ୍ଧାର ନେବା ସମୟରେ ପ୍ରଦାନ କରିଥିବା ସମସ୍ତ କାଗଜାଦ ଜାଲ ହୋଇଥିବା ଜାଣିବା ପରେ ଉଭୟ ଦମ୍ପତି ସନ୍ତୋଷଙ୍କ ନାମରେ କୋର୍ଟରେ ୪୨୦(ଠକାମି) ଦଫାରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି । ଓଡ଼ିଶା ସମାଚାର
Check Also
କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଯୁବକ ସଂଘ ୟୁଥ ୱାରିୟର ପକ୍ଷରୁ ସଫେଇ ଅଭିଯାନ
ବାଲିଗୁଡା,୨୬/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ୟୁଥ ୱାରିୟର ପକ୍ଷରୁ ରବିବାର ଟିକାବାଲି ବସଷ୍ଟାଣ୍ଡ ଓ ମେଡିକାଲ ଛକ ଠାରେ ଥିବା …