Wednesday , December 1 2021
Breaking News
Home / ବିଶେଷ / ଶିକ୍ଷାନୁଷ୍ଠାନରେ ପୂଜାକୁ ମିଳିଲା ଅନୁମତି

ଶିକ୍ଷାନୁଷ୍ଠାନରେ ପୂଜାକୁ ମିଳିଲା ଅନୁମତି

ଭୁବନେଶ୍ୱର,୧୦/୦୮/୨୦୨୧(ଓଡ଼ିଶା ସମାଚାର)- ପାର୍ବଣ ନେଇ ଗାଇଡଲାଇନ ଜାରି କଲେ ସ୍ୱତନ୍ତ୍ର ରିଲିଫ କମିଶନର । ଗଣେଶ ପୂଜାକୁ ମିଳିଲା ଅନୁମତି । ସ୍କୁଲ , କଲେଜରେ ହେବ ଗଣେଶ ପୂଜା । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ହୋଇପାରିବ ପୂଜା । ଗତ ଥର ସ୍କୁଲ, କଲେଜରେ ପୂଜା ହୋଇନଥିବା ବେଳେ ଚଳିତ ବର୍ଷ ପୂଜାକୁ ଅନୁମତି ମିଳିଛି । ଅନ୍ୟପଟେ କଟକଣା ସହ ପୂଜା ଆୟୋଜନ କରିବାକୁ ପୂଜା କମିଟିକୁ ଅନୁମତି ମିଳିଛି । ମଣ୍ଡପରେ ମୂର୍ତିର ଉଚ୍ଚତା ୪ ଫୁଟ୍ ରୁ କମ୍ ରହିବ । ଜିଲ୍ଲାରେ ଜିଲ୍ଲାପାଳ, ଟୁୱିନ ସିଟିରେ ସିପିଙ୍କ ଅନୁମତି ଲୋଡା । କେବଳ ପରମ୍ପରା ରକ୍ଷା ପାଇଁ ନିରାଡମ୍ବର ଭାବେ ପୂଜା କରାଯିବ । କୌଣସି ସାଜସଜ୍ଜାକୁ ଅନୁମତି ନାହିଁ । ସେହିପରି ମଣ୍ଡପକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି । ମଣ୍ଡପ ତିନି ପାଶ୍ୱର୍ ବନ୍ଦ ରହିବ । ଗୋଟିଏ ପାଶ୍ୱର୍ ସାମାନ୍ୟ ଖୋଲା ରହିବ । ମଣ୍ଡପରେ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ନାହିଁ । ପୂଜା ମଣ୍ଡପରେ ଏକା ସାଙ୍ଗରେ ୭ ଜଣରୁ ଅଧିକ ଏକାଠି ହେବାକୁ ବାରଣ କରାଯାଇଛି । ପୂଜକ, ଆୟୋଜକ, କର୍ତାଙ୍କୁ ମିଶାଇ ୭ ଜଣରୁ ଅଧିକ ରହିବେନି । ସେହିପରି ବିସର୍ଜନ, ଶୋଭାଯାତ୍ରା ମନା । ଅସ୍ଥାୟୀ ପୋଖରୀରେ ହେବ ବିସର୍ଜନ । ମେଲୋଡି, ଭଜନ ସଂଧ୍ୟା ଭଳି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ କୁ ମନା । ପୂଜାରେ କୌଣସି ଗୋଷ୍ଠୀ ଭୋଜି ଭାତ କରିବାକୁ ଅନୁମତି ନାହିଁ । ଗାଇଡଲାଇନ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *