କେନ୍ଦ୍ରାପଡ଼ା, ୧୦/୦୮/୨୦୨୧(ଓଡ଼ିଶା ସମାଚାର)- ହରିଦାସପୁର ରେଳ ଧାରଣାରେ ମଙ୍ଗଳବାର ଅପରାହ୍ନରେ କଟିଯାଇ ଏକ ଗାଈର ମୃତୁ୍ୟ ହୋଇଯାଇଛି । ସଂପୃକ୍ତ ମୃତ ଗାଈଟି କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ଅଯୋଦ୍ଧାନଗର ଗ୍ରାମର ଗରିବ ଚାଷୀ ନନ୍ଦକିଶୋର ସେଠୀଙ୍କର । ଶ୍ରୀ ସେଠୀ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର । ଗାଈଟିର ଦାମ ପ୍ରାୟ ୧୦ହଜାର ଟଙ୍କା ହେବ । ଗାଈଟିର ଦୁଗ୍ଧ ଉପରେ ନିର୍ଭର କରି ଶ୍ରୀ ସେଠୀ ତାଙ୍କର ୫ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରିଥାନ୍ତି । ତେଣୁ ଏଭଳି ପରିସ୍ଥିତିରେ ଶ୍ରୀ ସେଠୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର