Sunday , October 1 2023
Home / ବିଶେଷ / ରାଜ୍ୟରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡ଼ିୟମ୍

ରାଜ୍ୟରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡ଼ିୟମ୍

ଭୁବନେଶ୍ୱର,୧୦/୦୮/୨୦୨୧(ଓଡ଼ିଶା ସମାଚାର)-କ୍ରୀଡ଼ାର ବିକାଶ ନିମନ୍ତେ ରାଜ୍ୟ ସରକାର ଅଳଉ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ରାଜ୍ୟ କ୍ରୀଡ଼ା ଭତିଭୂମି ବିକାଶ ପ୍ରକଳ୍ପ’ ଯୋଜନାରେ ୮୯ ଟି ବହୁମୁଖୀ ଇନଡୋର ଷ୍ଟାଡ଼ିୟମ୍ ର୍ନିମାଣ କରିବାକୁ ନିଷ୍ପତି ହୋଇଛି । କ୍ରୀଡ଼ା ସହ ଯୋଗ, ବ୍ୟାୟାମଶାଳା, ପ୍ରାକୃତିକ ବିପର୍ଯ୍ୟୟ ଆଶ୍ରୟସ୍ଥଳୀ ଏବଂ ମହାମାରୀ ବେଳେ ଡାକ୍ତରଖାନା ଭାବେ ଏଗୁଡ଼ିକ ବ୍ୟବହୃତ ହେବ । ସୋମବାର ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହାକୁ ମଂଜୁର ମିଳିଛି । ଏଥିପାଇଁ ମୋଟ ୬୯୩. ୩୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୧୮ ମାସରେ କାମ ସରିବ । ବର୍ତମାନ ରାଜ୍ୟରେ ଯେଉଁଠି ଇନଡୋର ଷ୍ଟାଡ଼ିୟମଗୁଡ଼ିକରେ ଉନ୍ନତ ଭିତିିଭୂମି ଉପଲବ୍ଧ ନାହିଁ, ସେହି ଜାଗାରେ ଏହା ର୍ନିମାଣ ହେବ । ନୂଆ ଇନଡୋର ଷ୍ଟାଡ଼ିୟମଗୁଡ଼ିକର ବିଶେଷତ୍ୱ ହେଉଛି, ଏଗୁଡ଼ିକ ବହୁମୁଖୀ ଉପଯୋଗ ନିମନ୍ତେ ବ୍ୟବହୃତ ହେବ । ବ୍ୟାଡମିଂଟନ, ଟେବୁଲ ଟେନିସ, ଭାରୋତଳନ ଆଦି କ୍ରୀଡ଼ା ସହ ଯୋଗ ଓ ବ୍ୟାୟାମଶାଳାର ବ୍ୟବସ୍ଥା ଉକ୍ତ ଷ୍ଟାଡିୟମରେ ରହିବ । ଏହି ଆନ୍ତଃଗୃହଗୁଡ଼ିକ ଉକ୍ତ ଅଂଚଳର ଅନ୍ୟାନ୍ୟ ଲୋକପ୍ରିୟ ଇନଡୋର ଖେଳ ନିମନ୍ତେ ମଧ୍ୟ ବ୍ୟବହୃତ କରାଯାଇପାରିବ । ଇନଡୋର ଷ୍ଟାଡ଼ିୟମଗୁଡ଼ିକ ଘଂଟା ପ୍ରତି ୨୦୦ କିମି ପବନର ବେଗକୁ ସହ୍ୟ କରିପାରୁଥିବା ଭଳି ର୍ନିମାଣ କରାଯିବ । ପ୍ରାକୃତିକ ବିପର୍ଯ୍ୟୟ, ମହାବାତ୍ୟା ଏବଂ ବନ୍ୟା ଆଦି ସମୟରେ ଏଗୁଡ଼ିକ ଆଶ୍ରୟ କେନ୍ଦ୍ର ଭାବେ ବ୍ୟବହୃତ ହୋଇପାରିବ । ମହାମାରୀ ସମୟରେ ଏନଏସି ଅଂଚଳରେ ଥିବା ଷ୍ଟାଡ଼ିୟମଗୁଡ଼ିକ ୫୦ଟି ଶଯ୍ୟା ବିଶିଷ୍ଟ ଏବଂ ପୌରାଂଚଳରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରୂପେ ବ୍ୟବହାର କରାଯାଇପାରିବ । ଏହା ବ୍ୟତୀତ ଟ୍ରେନିଂ, ମିଟିଂ ଏବଂ ପରୀକ୍ଷା କେନ୍ଦ୍ର ଇତ୍ୟାଦି କାର୍ଯ୍ୟ ପାଇଁ ମଧ୍ୟ ଉକ୍ତ ଷ୍ଟାଡ଼ିୟମ୍ ଉପଯୋଗୀ ହୋଇପାରିବ । ୫- ଟି କାର୍ଯ୍ୟସୂତ୍ରୀ ଅନୁଯାୟୀ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ରୁପାନ୍ତରଣକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ କ୍ରୀଡ଼ା ଭିତିିଭୂମି ବିକାଶ ପ୍ରକଳ୍ପ’ ପରିକଳ୍ପନା କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାରେ କ୍ରୀଡ଼ା ବିକାଶର ଧାରା ଆହୁରୀ ଦୃଢ଼ୀଭୂତ ହେବ ବୋଲି କ୍ୟାବିନେଟ୍ ନିଷ୍ପତିିରେ କୁହାଯାଇଛି ।ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମୋଟ ୧୬ ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଅବଢ଼ା ଯୋଜନାରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ୧୮ ମାସରେ ସରିବ । ୩୩୧ କୋଟିର ଏହି ପ୍ରକଳ୍ପ ପାଇଁ ଟାଟା ପ୍ରୋଜେକ୍ଟକୁ କାମ ଦେବାକୁ ନିଷ୍ପତି ହୋଇଛି । ଅପର ଇନ୍ଦ୍ରାବତୀ ଦକ୍ଷିଣ ପାଶ୍ୱର୍ କେନାଲର ପୁନରୁଦ୍ଧାର କରାଯିବ । ୧୪୮ କୋଟି ଟଙ୍କାରେ କେନାଲର ୪୧ କିମି ପର୍ଯ୍ୟନ୍ତ କଂକ୍ରିଟ୍ ଲାଇନ୍ ହେବ । ୧୮ ମାସରେ ଏହି କାର୍ଯ୍ୟ ଶେଷ ହେବ । କଳାହାଣ୍ଡି ଜିଲ୍ଲାର ୪୨,୪୫୫ ହେକ୍ଟର •ଷ ଜମିକୁ ଜଳସେଚିତ କରାଯିବ । ସମ୍ବଲପୁର ଆଇଆଇଏମକୁ ଆଉ ୧୮.୨୩ ଏକର ଜମି ମାଗଣାରେ ଦିଆଯିବ । ଏହାକୁ ମିଶାଇ ମୋଟ ୨୦୦ ଏକର ଜମି ପାଇଲାଣି ଆଇଆଇଏମ । ଶ୍ରୀଶଙ୍କର କର୍କଟ କେନ୍ଦ୍ର ଓ ବାଗଚୀ କରୁଣାଶ୍ରୟକୁ ୪୦ ଏକର ଜମି ବାବଦରେ ୨ କୋଟି ୯୨ ଲକ୍ଷ ଟଙ୍କାର ପ୍ରିମିୟମ ଛାଡ଼ କରାଯାଇଛି । ଓପିଏସସିର ଗୋଟିଏ ସଦସ୍ୟ ପଦବୀ ଖାଲିଥିଲା । ଏହି ପଦ ପାଇଁ ଅଞ୍ଜନ ମାଣିକଙ୍କ ନାଁକୁ ମଂଜୁରୀ ମିଳିଛି । ଅଗ୍ନିଶମ ବିଭାଗରେ ହୋମଗାର୍ଡଙ୍କୁ ନିଯୁକ୍ତି ନେଇ ଓଡ଼ିଶା ଫାୟାର ସର୍ଭିସ୍ ରୁଲ୍ ରେ ସଂଶୋଧନ କରାଯାଇଛି । ହୋମଗାର୍ଡଙ୍କ ମଧ୍ୟରୁ ୧୦% ଅଗ୍ନିଶମରେ ନିଯୁକ୍ତି ପାଇପାରିବେ । ଓଡ଼ିଶା ଜିଏସଟି ଆକ୍ଟ ୨୦୧୭ର ସଂଶୋଧନକୁ ଅନୁମୋଦନ ଦେଇଛନ୍ତି କ୍ୟାବିନେଟ୍ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *