Wednesday , December 8 2021
Home / ବିଶେଷ / ମୀରାବାଈ କଳାବିକାଶ କେନ୍ଦ୍ର ତରଫରୁ ରାଜ୍ୟ କଳା ସଂସ୍କୃତି ସଂଘ ଉପସଭାପତି ଅବନି ମିଶ୍ର ଙ୍କୁ ସମ୍ବର୍ଦ୍ଧନା

ମୀରାବାଈ କଳାବିକାଶ କେନ୍ଦ୍ର ତରଫରୁ ରାଜ୍ୟ କଳା ସଂସ୍କୃତି ସଂଘ ଉପସଭାପତି ଅବନି ମିଶ୍ର ଙ୍କୁ ସମ୍ବର୍ଦ୍ଧନା

ଭୁବନ ୧୦/୦୮/୨୦୨୧(ଓଡ଼ିଶା ସମାଚାର)-ଭୁବନର ସର୍ବପୁରାତନ କଳା ସଂସ୍କୃତି  କେନ୍ଦ୍ର ମୀରାବାଈ କଳା ବିକାଶ କେନ୍ଦ୍ର ତରଫରୁ ରାଜ୍ୟ କଳା ସଂସ୍କୃତି ବିକାଶ ସଂଘ ଉପସଭାପତି ଅବନି କୁମାର ମିଶ୍ର ଙ୍କୁ ପୁଷ୍ପଗୁଚ୍ଛ,ଉତରୀୟ ଓ ପ୍ରଶଂସାପତ୍ର ଦେଇ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରୀଯୁକ୍ତ ମିଶ୍ର ଦିନିକିଆ ଭୁବନ ଗସ୍ତରେ ଆସି ମୀରାବାଈ କଳା ବିକାଶ କେନ୍ଦ୍ର ପରିଦର୍ଶନ କରି ଭୂୟସୀ ପ୍ରଶଂସା କରିଥିଲେ । ମୀରାବାଈ କଳା ବିକାଶ କେନ୍ଦ୍ର ସତ୍ୱାଧିକାରୀ ଭଗବାନ ଗୁରୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ପ୍ରକାଶ ସାହୁ ମୁଖ୍ୟଅତିଥି ,ଭୁବନ ବ୍ଲକ କଳା ସଂସ୍କୃତି ସଂଘ ସଭାପତି ଅଶୋକ ସାମଲ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । କୁନି କୁନି କଳାକାର ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ନୃତ୍ୟ ଗୀତରେ ପାଛୋଟି ନିଆଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ବିଭିନ୍ନ କଳାକ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା କଳାକାର ମାନଙ୍କୁ ଅତିଥିଙ୍କ ଦ୍ୱାରା ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଚିତ୍ରଶିଳ୍ପୀ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *