Tuesday , December 7 2021
Breaking News
Home / ତାଜା ଖବର / ମଦ୍ୟପ ପୁଅର ଆକ୍ରମଣରେ ବାପାଙ୍କ ମୃତୁ୍ୟ

ମଦ୍ୟପ ପୁଅର ଆକ୍ରମଣରେ ବାପାଙ୍କ ମୃତୁ୍ୟ

ବ୍ରହ୍ମପୁର, ୧୦/୦୮/୨୦୨୧(ଓଡ଼ିଶା ସମାଚାର)-ଏକ ଅଭାବନୀୟ ଘଟନା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମହାଛାଇ ଗ୍ରାମରେ । ନିଜ ଜନ୍ମ କଲା ବାପାଙ୍କୁ ହତ୍ୟା କଲା ପୁଅ । ପୁଅର ଛୁରା ମାଡ ରେ ବାପା ଙ୍କ ମୃତ୍ୟୁ ହୋଇଯାଇଛି । ମୃତ ବାପା ହେଲେ କରୁଣାକର ସାହୁ । ଗତ ରାତିରେ କରୁଣାକରଙ୍କ ସାନପୁଅ ମଦ ପିଇବା ପାଇଁ ବାପାଙ୍କୁ ଟଙ୍କା ମାଗିଲା । ବାପା ଟଙ୍କା ନଦେବାରୁ ସାନପୁଅ ବାପା କରୁଣାକର ଙ୍କୁ ଠେଙ୍ଗାରେ ବାଡେଇବା ସହିତ ଓ ଖଣ୍ଡାରେ ଆକ୍ରମଣ କରି ପୁଅ ଫେରାର ହୋଇଥିବା ବେଳେ କରୁଣାକରଙ୍କୁ ଚିକିତ୍ସା ନିମନ୍ତେ ପରିବାର ଲୋକ ହିଞ୍ଜିଳିକାଟୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରିରଖିଛି । ଓଡ଼ିଶା ସମାଚାର

About admin

Check Also

ଶିକାରୀ ଗୁଳିରେ ମହିଳା ଆହତ

ଫୁଲବାଣୀ/ଖଜୁରୀପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବାବେଳେ ଶିକାରୀ ଗୁଳି ରେ ଜଣେ ମହିଳା ଆହତ ହୋଇଛନ୍ତି । ପ୍ରାପ୍ତ …

Leave a Reply

Your email address will not be published. Required fields are marked *