କେନ୍ଦ୍ରାପଡ଼ା, ୧୦/୦୮/୨୦୨୧(ଓଡ଼ିଶା ସମାଚାର)- ବଳଦେବଜୀଉ ଟ୍ରକମାଲିକ ସଂଘର ସଭାପତି ପ୍ରମୋଦ ନାୟକଙ୍କ ପିତା ଜଗବନ୍ଧୁ ନାୟକଙ୍କ ୮୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ପରୋପକାରୀ, ବନ୍ଧୁବତ୍ସଳ ଓ ସମାଜସେବୀ ବ୍ୟକ୍ତି ଭାବରେ ସ୍ଥାନୀୟ ଅଂଚଳରେ ପରିଚିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ନାୟକଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଓଡ଼ିଶା ସମାଚାର