Sunday , October 1 2023
Home / ବିଶେଷ / ପ୍ରଶାସନିକ ସ୍ତରରେଅଦଳବଦଳ

ପ୍ରଶାସନିକ ସ୍ତରରେଅଦଳବଦଳ

ଭୁବନେଶ୍ୱର,୧୦/୦୮/୨୦୨୧(ଓଡ଼ିଶା ସମାଚାର)- ସୋମବାର ପ୍ରଶାସନିକ ସ୍ତରରେ ଏକ ଛୋଟ ଅଦଳବଦଳ କରାଯାଇଛି । ଭଦ୍ରକ ଓ ଢ଼େଙ୍କାନାଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଥିଲା ବେଳେ ନୂଆ ପଂଚାୟତିରାଜ ନିର୍ଦ୍ଧେଶକଙ୍କୁ ନିଯୁକ୍ତି ଦିଆଯାଇଛି  । ମୋଟ ୫ ଅଧିକାରୀଙ୍କର ବଦଳି ହୋଇଛି  । ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ପଂଚାୟତିରାଜ ନିର୍ଦ୍ଧେଶକ ଭାବେ ଭୁବନେଶ୍ୱର ବଦଳି କରାଯାଇଛି । ତାଙ୍କ ଜାଗାରେ ଭଦ୍ରକ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି ତ୍ରିଲୋଚନ ମାଝୀ  । ସେ ଆୟୁଷ ନିର୍ଦ୍ଧେଶକ ଭାବେ କାର୍ଯ୍ୟ କରୁଥିଲେ  । ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରାଙ୍କୁ ଆୟୁଷ ନିର୍ଦ୍ଧେଶକ ଭାବେ ଭୁବନେଶ୍ୱରକୁ ବଦଳି କରାଯାଇଛି  । ଓଡ଼ିଶା ରାଜ୍ୟ ବେଭେରଜସ୍ କର୍ପୋରେସନ୍ ଏମଡି ଥିବା ସରୋଜ କୁମାର ସେଠୀଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି  । ପଂଚାୟତିରାଜ ନିର୍ଦ୍ଧେଶକ ଭାବେ କାର୍ଯ୍ୟ କରୁଥିବା ଉମାକାନ୍ତ ତ୍ରିପାଠୀଙ୍କୁ ଜଙ୍ଗଲ ବିଭାଗକୁ ବଦଳି କରାଯାଇଛି  । ସେ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *