Tuesday , October 3 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ପରିବେଶ ସୁରକ୍ଷା ପାଇଁ ଇଫକୋ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ

ପରିବେଶ ସୁରକ୍ଷା ପାଇଁ ଇଫକୋ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ

ପାରାଦ୍ୱୀପ,୧୦/୦୮/୨୦୨୧(ଓଡ଼ିଶା ସମାଚାର)-  ପାରାଦୀପସ୍ଥିତ ରାଷ୍ଟ୍ରାୟ  ବୃହତ ସାର ଉତ୍ପାଦନକାରୀ ସଂସ୍ଥା ଇଣ୍ଡିଆନ୍ ଫାର୍ମର୍ସ କୋଅପରେଟିଭ (ଇଫକୋ) ପକ୍ଷରୁ ମଙ୍ଗଳବାର ଦିନ କାରଖାନା ପରିସର ରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଇଫକୋ ର ୟୁନିଟ୍ ହେଡ୍ ତଥା ନିର୍ବାହୀ ନିର୍ଦ୍ଧେଶକ କେ.ଜେ.ପଟେଲ୍ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ସ୍ଥାନୀୟ ଅଧିକାରୀ ଇଂ. ଦିଲ୍ଲୀପ କୁମାର ଦାସ ଙ୍କ ସମେତ ଇଫକୋ ର ସାଧାରଣ ପ୍ରବନ୍ଧକ, ଯୁଗ୍ମ ସାଧାରଣ ପ୍ରବନ୍ଧକ, ଅଧିକାରୀ ସଂଘ ର ସଭାପତି, ସାଧାରଣ ସଂପାଦକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଏହି ଅବସର ରେ ଦୁଇ ହଜାର ଚାରା ରୋପଣ କରାଯାଇଥିଲା । ଚଳିତ ବର୍ଷ ଇଫକୋ ପକ୍ଷରୁ ଚାଳିଶ ହଜାର ଚାରାରୋପଣ କରାଯିବା ନେଇ ପୂର୍ବ ରୁ ଘୋଷଣା କରାଯାଇଥିଲା । ମଙ୍ଗଳବାର ଦିନ ଦୁଇ ହଜାର ଚାରା ରୋପଣ କରାଯାଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ କୁ ଇଫକୋ ର ଡି.ଜି.ଏମ୍(ମାନବ ସମ୍ବଳ) ପରିଚାଳନା କରିଥିବା ନେଇ ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ବେଉରା ସୂଚନା ଦେଇଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *