କଟକ ସଦର , ୧୦/୦୮/୨୦୨୧(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): ନିଖିଳ ଉତ୍କଳ ପାଟରା ସମିତି ପାଟ ଵୈଶ୍ୟ ମହାସଭାର ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ପୁରୀ କୁଣ୍ଢେଇଵେଣ୍ଟ ସାହି ପାଟରା ଭକ୍ତ ନିଵାସ ଠାରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଛି। ଏଥିରେ ସମିତିର ରାଜ୍ୟ କାର୍ୟ୍ୟକାରୀ ସଭାପତି ଡ଼ ରୂଦ୍ରନାରାୟଣ ପୃଷ୍ଟି ସଭାପତିତ୍ବ କରିଥିଲାବେଳେ ଵେଳେ ଉପ ସଭାପତି ଵିଷ୍ଣୁ ଚରଣ ବେହେରା, ନାଥ ଖୁଣ୍ଟିଆ, କରୁଣାକର ଲେଙ୍କା, ଫଗୁ ଚରଣ ଦାସ, ସାଧାରଣ ସମ୍ପାଦକ ସଂଜୟ ପାତ୍ର, ସମ୍ପାଦକ କୈଳାସ ଷେଣ୍ଡ୍, କୋଷାଧ୍ୟକ୍ଷ ମନୋଜ ସାହୁ, ଉପଦେଷ୍ଟା ଦୂର୍ୟ଼୍ୟଧନ ମହାନ୍ତି, କୃଷ୍ଣ ଵାଵୁ ପ୍ରମୁଖ ଙ୍କ ସହିତ ଜାତିର ଈଷ୍ଟଦେଵ ଶ୍ରୀ ବଳଭଦ୍ର ଙ୍କ ରଥର ଚକ ୧୪ ଅନୁସାରେ ରାଜ୍ୟର ୧୪ ଗୋଟି ଶାଖା ( ଆଞ୍ଚଳିକ ଚକଲା) ର ସୀମିତ କାର୍ୟ୍ୟକର୍ତ୍ତା ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସଭା ଆରମ୍ଭରେ ଦିବଙ୍ଗତ ଜାତି ଶ୍ରେଷ୍ଠ ମାନଙ୍କ ସଦଗତି ପାଇଁ ନିରଵ ପ୍ରାର୍ଥନା କରାଯାଇଥିଲା। ମହାସଭାର ସଭାପତି ନାରାୟଣ ପାତ୍ର ଙ୍କ ଇସ୍ତଫା ଗୃହିତ କରାଯାଇ ସ୍ଥାୟୀ ସଭାପତି ନିର୍ବାଚନ ପର୍ୟ୍ୟନ୍ତ କାର୍ୟ୍ୟକାରୀ ସଭାପତି ଡ଼ଃ ପୃଷ୍ଟି ଙ୍କୁ ସଭାପତି ଦାୟିତ୍ୱ ହସ୍ତାନ୍ତର କରାଗଲା।ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମର୍ୟ୍ୟାଦାଜନକ ସମ୍ମାନ ପାଇଥିବା ପାଟରା ଜାତୀର ଗର୍ଵ ଗୈ।ରଵ ସାରସ୍ଵତ ସାଧକ ଡ଼ ରୁଦ୍ରନାରାୟଣ ପୃଷ୍ଟି ଙ୍କୁ ମହାସଭା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।କୋଭିଡ୍ ପାଇଁ ଗତ ଡ଼ିସେମ୍ବରରେ ହେବାକୁ ଥିଵା ମହାଅଧିଵେଶନ ପୁରୀ ଠାରେ ଆସନ୍ତା ଡ଼ିସେମ୍ବର ରେ ହେଵାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଭକ୍ତ ନିଵାସର ପରିଚାଳନା ସହିତ ଅନ୍ୟାନ୍ୟ ଆଲୋଚନା ପରେ ସଭା ସାଙ୍ଗ ହୋଇଥିଲା। ଓଡ଼ିଶା ସମାଚାର