Friday , December 3 2021
Breaking News
Home / ସ୍ୱାସ୍ଥ୍ୟ / ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ଉଦଘାଟିତ

ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ଉଦଘାଟିତ

କେନ୍ଦ୍ରାପଡ଼ା, ୧୦/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରସ୍ଥ ମିରପାଟଣା ଅଙ୍ଗନୱାଡି କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ଉଦଘାଟିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନିିତା ପଟ୍ଟନାୟକ ଏହାକୁ ଉଦଘାଟନ କରି ସୁସ୍ଥ ସମାଜ ଗଠନ କରିବାପାଇଁ ସମସ୍ତ ଦୁଇ ବର୍ଷରୁ ୫ବର୍ଷର ଶିଶୁମାନଙ୍କୁ କୃମିନାଶକ ଟିକା ସେବନ କରିବାକୁ ପରାମର୍ଶ ଦେଇଥିଲେ । କୃମି ସଂକ୍ରମଣରୁ ପିଲାମାନଙ୍କୁ ସୁରକ୍ଷିତ ରଖିବା, ରକ୍ତହୀନତା ରୋଗ ସମ୍ଭାବନାରୁ ରକ୍ଷା ପାଇପାରିବ ବୋଲି କହିଥିଲେ । ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ବିନା ମୂଲ୍ୟରେ ଏହି ଟିକା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି । ଏହି ଟିକା ସେବନରେ ସ୍ମୃତିଶକ୍ତି ବୃଦ୍ଧି ପାଇଥାଏ । ଅଗଷ୍ଟ ୧୦ ତାରିଖରୁ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ଏହି ଦିବସ ପାଳନ କରାଯିବ । ପ୍ରତି ବର୍ଷ ଦୁଇ ଥର ପାଳନ କରାଯାଉଥିବା ବେଳେ ଦୁଇରୁ ପାଂଚ ବର୍ଷର ପିଲାମାନଙ୍କୁ ୧୦ ମିଲି ମିଟର ଆଲବେଣ୍ଡାଜଲ ସିରପ ଦିଆଯିବ । ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି କୋଭିଡ଼ କଟକକଣାକୁ ଅନୁପାଳନ ପୂର୍ବକ ଔଷଧ ବଂଟନ କରିବେ ବୋଲି ବ୍ଲକ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମୀନତି ମହାପାତ୍ର ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସଚିଦାନନ୍ଦ ମିଶ୍ର, ଡିପିଏମ ପ୍ରକାଶ ଚନ୍ଦ୍ର ବାନାର୍ଜୀ, ଆଶା ସହାୟକ ପରିଚାଳକ ୟଶସ୍ୱିନୀ ସାହାଣୀ, ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶାନ୍ତିଲତା ଚାନ୍ଦ ପ୍ରମୁଖ ଯୋଗଦେଇ କୃମିନାଶକ ଦିବସ ଉପରେ ଆଲୋକପାତ କରିଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଆଇସିଡିଏସ୍ ସୁପରଭାଇଜର, ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଢ଼େଙ୍କାନାଳର ଏକ ଆବାସିକ କଲେଜରେ ୩୩ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ – କଣ୍ଟେନମେଣ୍ଟ ଜୋନ ଘୋଷଣା

ଢ଼େଙ୍କାନାଳ,୦୧/୧୨/୨୦୨୧(ଓଡ଼ିଶା ସମାଚାର)-ଭିମସାରରେ ୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ ର ସେଣ୍ଟ ମେରି ବାଳିକା ବିଦ୍ୟାଳୟ ର …

Leave a Reply

Your email address will not be published. Required fields are marked *