ଭୁବନେଶ୍ୱର,୧୦/୦୮/୨୦୨୧(ଓଡ଼ିଶା ସମାଚାର)- କ୍ରାନ୍ତୀ ଦିବସ ତଥା ଶହୀଦ୍ ଦିବସ ଅବସରରେ ପାଇକ ବିଦ୍ରୋହର ମୁଖ୍ୟ ସେନାନାୟକ ବୀରତ୍ୱର ପ୍ରତୀକ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତି ନିକଟରେ ପୁଷ୍ପମାଲ୍ୟ ସହ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶହୀଦ୍ ରଘୁ-ଦିବାକର ସ୍ମୃତି କମିଟିର ସାଧାରଣ ସଂପାଦକ ବ୍ରଜବନ୍ଧୁ ପରିଡ଼ା, ଶହୀଦ୍ ପଦ୍ମନାଭ ଛୋଟରାୟ ସ୍ମୃତି କମିଟିର ସଂପାଦକ ଯତୀନ୍ଦ୍ର ମୋହନ ଛୋଟରାୟ, ସମାଜସେବୀ ଗିରିଜା ଶଙ୍କର ମହାପାତ୍ର ଉପସ୍ଥିତ ରହି ବକ୍ସି ଜଗବନ୍ଧୁଙ୍କ ଆଦର୍ଶରେ ଆଜିର ଯୁବପୀଢ଼ୀ ଅନୁପ୍ରାଣିତ ହେବା ସହିତ ମା’ ମାଟି ମାତୃଭାଷା ପ୍ରତି ସମର୍ପିତ ଭାବରେ କାର୍ଯ୍ୟ କରିଲେ ରାଷ୍ଟ୍ରର ପ୍ରମୁଖ ଉନ୍ନତି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଶା ସମାଚାର
Check Also
ରକ୍ତ ଦେଇ ଶିଶୁର ଜୀବନ ବଞ୍ଚାଇଲେ ସିଆରପିଏଫ ଯବାନ
ବାଲିଗୁଡ଼ା,୨୯/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ କୋଟଗଡ଼, ତୁମୁଡ଼ିବନ୍ଧ, ଦାରିଙ୍ଗବାଡ଼ି ଭଳି ଦୁର୍ଗମ ଅଂଚଳରୁ …