ପାରାଦ୍ୱୀପ,୧୦/୦୮/୨୦୨୧(ଓଡ଼ିଶା ସମାଚାର)- କରୋନା ଯୁଦ୍ଧରେ ସହଯୋଗ ଓ ସହାୟତା ପାଇଁ ପାରାଦୀପର ଟିଏମ୍ ଇଂଟରନେସନାଲ ଲଜିଷ୍ଟିକ୍ ମୁଖ୍ୟ ଅଭୟ କୁମାର ନନ୍ଦଙ୍କୁ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ମାଇଲ୍ ଚାରିଟେବଲ୍ ଟ୍ରଷ୍ଟ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ସଚିତ୍ର କୁମାର ରାଉତ ଏବଂ ମୁଖ୍ୟ ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାସ ଶ୍ରୀ ନନ୍ଦଙ୍କୁ ଉତରୀୟ ଓ ମାନପତ୍ର ପ୍ରଦାନ କରିଥିଲେ । ପ୍ରକାଶଯୋଗ୍ୟ କରୋନା ମହାମାରୀ ସମୟରେ ସ୍ମାଇଲ୍ ଚାରିଟେବ୍ଲ ଟ୍ରଷ୍ଟର ନିରବଛିନ୍ନ ନିଷ୍ଠାପର ସାମାଜିକ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ଶ୍ରୀ ନନ୍ଦ ଟ୍ରଷ୍ଟକୁ ସହଯୋଗର ହାତ ବଢ଼ାଇଥିଲେ । ଆଗାମୀ ଦିନରେ ଗରିବ ଓ ଅସହାୟଙ୍କୁ ଖାଦ୍ୟ ଓ ବସ୍ତ୍ର ପ୍ରଦାନରେ ଟିଏମଆଇଏଲ ଟ୍ରଷ୍ଟକୁ ତାର ସହଯୋଗ ଜାରୀ ରଖିବ ବୋଲି ଏହି ଅବସରରେ ଶ୍ରୀ ନନ୍ଦ କହିଥିଲେ । ଓଡ଼ିଶା ସମାଚାର