Monday , September 25 2023
Breaking News
Home / ତାଜା ଖବର / Breaking News : ପୋଲିସ କବଜାରେ ୬ ଧଳା ଜହର ବେପାରୀ , କୋଟିଏ ଟଙ୍କାର ଧଳା ଜହର ଜବତ

Breaking News : ପୋଲିସ କବଜାରେ ୬ ଧଳା ଜହର ବେପାରୀ , କୋଟିଏ ଟଙ୍କାର ଧଳା ଜହର ଜବତ

କଟକ୦୯/୦୮/୨୦୨୧(ଓଡ଼ିଶା ସମାଚାର/ ଦେବଶିଷ ରଥ)- କଟକ କମିଶନରେଟ ପୋଲିସ କୁ ଆଉ ଏକ ବଡ଼ ସଫଳତା ମିଳିଛି । ଗତକାଲି ପୁଣି ଏକ ନିଶା କାରବାର କରୁଥିବା ଏକ ବଡ଼ ଗ୍ୟାଙ୍ଗ କୁ କମିଶନରେଟ ପୋଲିସ କାବୁ କରିଛି । ପୋଲିସ ସୂଚନାନୁସାରେ ଗତକାଲି କଟକ ରାଧାନାଥ ଟ୍ରେନିଂ କଲେଜ ର ପଛପଟେ ଏକ ବଡ଼ ଧରଣର ନିଶା ବେପାର ହେଉଥିବା ଲଲବାଗ ପୋଲିସ ଖବର ପାଇଥିଲା । ଏହାପରେ କଟକ ଡିସିପି ଶ୍ରୀ ପ୍ରତୀକ ସିଂ ଙ୍କ ନିର୍ଦେଶ କ୍ରମେ ଥାନା ଆଇଆଇସି ଶ୍ରୀ ରବିନାରାୟଣ ଭଞ୍ଜଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଘଟଣାସ୍ଥଳେ ପହଞ୍ଚି ପ୍ରାୟ ଏକ କିଲୋ ଶହେ ଅଣସଠି ଗ୍ରାମର ଧଳା ଜହର ବା ବ୍ରାଉନ ସୁଗାର ଜବତ କରିବା ସହ ଏଥି ରେ ସାମିଲ ୬ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଜବତ ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ଏକ କୋଟି ଦଶ ଲକ୍ଷ ଷାଠିଏ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅଭିଯୁକ୍ତ ମାନଙ୍କ କହିବାନୁସାରେ ୪ଜଣ ଜଗତସିଂହପୁର ଅଂଚଳର ହୋଇଥିବା ବେଳେ,ଜଣେ ପୁରୀ ଏବଂ ଆଉ ଜଣେ କଟକର ହୋଇଥିବା ଜଣା ପଡ଼ିଛି । ଏହି ଧଳା ଜହର କୁ ଜଳେଶ୍ବର ରୁ ଆଣି କଟକ,ଜଗତସିଂହପୁର, ପୁରୀ,ଖୋର୍ଦ୍ଧା ଇତ୍ୟାଦି ଜାଗା ମାନକୁ ପଠାଉଥିଲେ । ପୋଲିସ ଉକ୍ତ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରିବା ସହ ଦୁଇଟି ବାଇକ କୁ ଜବତ କରି ଥାନାକୁ ଆଣିଛି ।ଓଡିଶା ସମାଚାର

Leave a Reply

Your email address will not be published. Required fields are marked *