ଗରଦପୁର, ୦୯/୦୮/୨୦୨୧(ଓଡ଼ିଶା ସମାଚାର)- ପୂର୍ବତନ ମନ୍ତ୍ରୀ ତଥା ପାଟକୁରା ର ପୂର୍ବତନ ବିଧାୟକ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲାଙ୍କ ବଡ଼ ଝିଅ ମଧୁମତୀ ଅଗ୍ରୱାଲା ପାଟକୁରା ରାଜନୀତିରେ ଏନ୍ଟ୍ରି କରିଛନ୍ତି । ପାଟକୁରା ନଦିର୍ବାଚନ ମଣ୍ଡଳୀ ଅଧିନ ଗରଦପୁର ବ୍ଲକ୍ ର ବିଭିନ୍ନ ସ୍କୁଲ ପରିଦର୍ଶନ କରି ଛାତ୍ର ଛାତ୍ରୀ ମାନଙ୍କୁ ମାସ୍କ ଓ ସାନିଟାଇଜର ବଂଟନ କରିଛନ୍ତି । ଉଲେଖନୀୟ ଏହିକି ଗତ ଦୁଇ ବର୍ଷ ଧରି ଗରଦପୁର ବ୍ଲକ୍ ବିଜେଡ଼ି ସଂଗଠନରେ କ୍ଷୁଦ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଦଳରେ ବିଧାୟିକାଙ୍କ ନେତୃତ୍ୱ ଦଳକୁ ସଠିକ ମାର୍ଗ ଦର୍ଶନ କରିପାରୁନଥିବାରୁ ଦଳିୟ କର୍ମୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇ ଚାଲିଛି । ବିଧାୟିକାଙ୍କ ପ୍ରତିନିଧି ତଥା ପୁତ୍ର ସଂଜୟ ଅଗ୍ରୱାଲା ବିଭିନ୍ନ ପଂଚାୟତରେ ଦଳିୟ କର୍ମୀମାନଙ୍କୁ ଅଣଦେଖା କରିଆସୁଥିବା ଓ ଅନ୍ୟ ଦଳର କର୍ମୀଙ୍କୁ ପ୍ରାଧାନ୍ୟ ଦେଉଥିବା ମଧ୍ୟ ପାଟକୁରା ରେ ଖୋଲା ଆଲୋଚନା ହେଉଛି । ପାଟକୁରା, ଗରଦପୁର ରେ ବିଜେଡ଼ି ସାଂଗଠନିକ ସ୍ଥିତି ଦିନକୁ ଦିନ ଦୁର୍ବଳ ହେଉଥିବା କର୍ମୀମାନେ ପରଷ୍ପର ମଧ୍ୟରେ ଆଲୋଚନା କରୁଛନ୍ତି । ଏହି ପରିପ୍ରେକ୍ଷିରେ ସ୍ୱର୍ଗତ ବେଦୁବାବୁଙ୍କ ବଡ଼ ଝିଅ ମଧୁମତୀ ଙ୍କୁ ଗତ କିଛି ଦିନ ହେଲା ରାଜ୍ୟ ମହିଳା ବିଜେଡ଼ି ସମ୍ପାଦିକା ଭାବରେ ନିଯୁକ୍ତି କରାଯାଇଛି ।
ଏବେ ମଧୁମତୀ ଅଗ୍ରୱାଲା ପାଟକୁରା ରାଜନୀତିରେ ଏନ୍ଟ୍ରି କରି ନିଜ ପିତାଙ୍କ ପରି ପାଟକୁରା ର ବିଜେଡ଼ି କର୍ମୀ ଓ ଜନସାଧାରଣଙ୍କ ସହିତ ସମ୍ପର୍କ ନିବିଡ଼ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ପାଟକୁରା ପଂଚାୟତ ର ପୂର୍ବତନ ବ୍ଲକ୍ ବିଜେଡ଼ି ସଭାପତି ଯଶୋବନ୍ତ ମହାନ୍ତିଙ୍କ ପତ୍ନୀ ବିୟୋଗ ଜନିତ ଶୁଦ୍ଧିକ୍ରିୟାରେ ସାମିଲ ହେବା ସହିତ ଆଜି ମଧୁମତୀ ବ୍ଲକ୍ ର ତେଣ୍ଡାକୁଡ଼ା ଫଜଲହକ ହାଇସ୍କୁଲ, କଦମଛନ୍ଦା ଉଚ ବିଦ୍ୟାଳୟ,ବନ୍ତଳା ପଂଚାୟତର ପଂଚାୟତ ଉଚ ବିଦ୍ୟାଳୟ, ମଧୁଶାସନ ପଂଚାୟତର କୁଦାନଗରୀ ଉଚ ବିଦ୍ୟାଳୟ , ଏମଏନ ଉଚ ବିଦ୍ୟାଳୟ ମହମଦପୁର, ପଳସୁଧା ପଂଚାୟତର ରାଏସର ଖରିସାଣ ହାଇ ସ୍କୁଲ ଗସ୍ତ କରିଥିଲେ । ସେଠାରେ ଛାତ୍ର ଛାତ୍ରୀମାନଙ୍କୁ କରୋନା ସଚେତନତା ବାର୍ତା ଦେବା ସହିତ ସମସ୍ତଙ୍କୁ ମାସ୍କ ଓ ସାନିଟାଇଜର ବଂଟନ କରିଥିଲେ । ମଧୁମତୀ ଅଗ୍ରୱାଲା ପାଟକୁରା ରାଜନୀତିରେ ଏନ୍ଟ୍ରି କରିଥିବାରୁ ଅସନ୍ତୁଷ୍ଟ ବିଜେଡ଼ି କର୍ମୀ ଓ ପାଟକୁରା ଅଂଚଳର ବେଦୁ ପ୍ରେମୀ ଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି ହୋଇଛି । ଆଜିର ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ବେଦୁ ବାବୁଙ୍କ ସେତେବେଳର ବ୍ଲକ୍ ପ୍ରତିନିଧି ଥିବା ତଥା ବର୍ତମାନର କେନ୍ଦ୍ରାପଡ଼ା ଜିଲା ଯୁବ ବିଜେଡ଼ି ସଭାପତି ରାଜେସ ଦାସ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇ ସଂଗଠନକୁ ପୁନର୍ବାର ମଜଭୁତ କରାଯିବ ବୋଲି ରାଜେସ ଦାସ ସୂଚନା ଦେଇଛନ୍ତି । ଏଥି ସହିତ ବେଦୁବାବୁ ସ୍ମୃତି ପରିଷଦ ସଂଗଠନକୁ ଅଧିକ କ୍ରିୟାଶୀଳ କରାଯିବା ସହିତ ଜନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସୂଚନା ମିଳିଛି । ବେଦୁବାବୁ ସ୍ମୃତି ପରିଷଦ ଆନୁକଲ୍ୟରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜନ ରାୟ,ଅଭିରାମ ଜେନା, ମହେନ୍ଦ୍ର ରାଉତ,ବନବିହାରୀ ପାତ୍ର, ହରି ପୃଷ୍ଟି,ରାକେଶ ରୋଶନ,ରାମଚନ୍ଦ୍ର ଜେନା, ରଥିଆ ଭାଇ,ସମିତି ସଭ୍ୟ ସୂର୍ଯ୍ୟମଣି ଖୁଂଟିଆ,ରବିନ୍ଦ୍ରନାଥ ମହାନ୍ତି, ଅମୂଲ୍ୟ ସିଂ, ଦୀପକ ରାଉତ, ନୀହାର ରଂଜନ ମହାନ୍ତି, ସତ୍ୟ ସାମଲ ପ୍ରମୁଖ ଆଗ ଧାଡ଼ିର ବିଜେଡ଼ି ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର