କଟକ ସଦର, ୦୯/୦୮/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ଆସନ୍ତା ଫେବୃୟାରୀରେ ପଞ୍ଚାୟତ କାର୍ୟ୍ୟକାଳ ପୁରିଵାକୁ ଯାଉଥିବା ବେଳେ ନିର୍ବାଚନ ପାଇଁ ଵିଗୁଲ ଵାଜି ସାରିଲାଣି। ହେଲେ କରୋନାର ତୃତୀୟ ଲହର ଯଦି ପ୍ରଭାବିତ ନହୁଏ ତେଵେ ନିର୍ବାଚନ ହେଵା ଅଵିଶମ୍ଭାଵି।ହେଲେ ଏପରି ସ୍ଥଳେ କଟକ ସଦର ବ୍ଲକ ଵିଜେଡିର ଦୁଇ ପ୍ରମୁଖ ଛାମୁଆ ଯୁବନେତା ନିଜ ନିଜର ରାଜନୈତିକ ଫାଇଦା ହାତେଇବାକୁ ସମାନ୍ତରାଳ ସଙ୍ଗଠନ ଜରିଆରେ କର୍ମୀଙ୍କୁ ଦୁଇଫାଳ କରିଥିଵା ଅଭିଯୋଗ ହେଉଛି। ସେଥିରେ ଏହି ସୁଯୋଗରେ ଅନ୍ୟ ଏକ ଦୁଇଜଣିଆ ଗୋଷ୍ଠୀ ସତର୍କତାର ସହିତ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ହାତ ମିଳାଇ ଷ୍ଟ୍ରାଟେଜୀ ଆରମ୍ଭ କରିଦେଇଥିଵା ଦେଖିବାକୁ ମିଳୁଛି। ଜଣେ ଦୀର୍ଘକାଳ ଵ୍ଲକର ପୂର୍ଵତନ ଅଧ୍ୟକ୍ଷ ସତ୍ୟ ଜେନାଙ୍କ ସହିତ ହାତ ମିଳାଇ ବିଧାୟକଙ୍କୁ ତୀଵ୍ର ବିରୋଧ କରିଵା ଏବଂ ସତ୍ୟ ବିଜେପିକୁ ଜିଵା ପରେ ନିଜର ପତିଆରା ଜାହିର ପାଇଁ ସାଧାରଣ ନିର୍ବାଚନ ଵେଳେ ବିଧାୟକଙ୍କ ସହିତ ହାତ ମିଳାଇ ଥିଲେ। ସେହିପରି ଅନ୍ୟ ଜଣେ ପୁରୁଖା କଂଗ୍ରେସ ନେତା ପଦବୀ ହାତେଇବାକୁ ପଞ୍ଚାୟତ ନିର୍ବାଚନ ସମୟରେ ଵିଜେଡିରେ ମିଶିଥିଲେ।ଏଵେ ଏହି ଦୁଇଜଣ ଆମ ଭିତରୁ ଯିଏ ହେଵ ଚଳିଵ ନ୍ୟାୟରେ ସମିତି ଅଧ୍ୟକ୍ଷ ପାଇଁ ନିଜ ନିଜ କ୍ଷେତ୍ରରେ ଉଦ୍ୟମ ଭିତରେ ଭିତରେ ଯୋରଦାର କରିଛନ୍ତି।ଏପରି ସ୍ଥଳେ କର୍ମୀମାନେ ଇତସ୍ତିତଃ।ସେ ଯାହା ହେଉନା କାହିଁକି ବିଧାୟକ ଚନ୍ଦ୍ର ସାରଥି ଵେହେରା ଠିକଣା ସମୟରେ ଠିକଣା ନିଷ୍ପତ୍ତି ନେଵେ ଵୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି। ଓଡ଼ିଶା ସମାଚାର