Sunday , March 26 2023
Breaking News
Home / ବିଶେଷ / ଭାରତୀୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ ଉପସଭାପତି ହେଲେ ସନ୍ତୋଷ ବେହେରା

ଭାରତୀୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ ଉପସଭାପତି ହେଲେ ସନ୍ତୋଷ ବେହେରା

କେନ୍ଦ୍ରାପଡ଼ା, ୦୯/୦୮/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ ଉପ ସଭାପତି ଭାବେ ସନ୍ତୋଷ କୁମାର ବେହେରାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଆଇ.ଏନ.ଟି.ୟୁ.ସି.ର ଜାତୀୟ କୋର କମିଟିର ଏକ ଆଭାସି ବୈଠକରେ ସର୍ବସମ୍ମତି ନିଷ୍ପତି କ୍ରମେ ଭାରତୀୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ(ଆଇ.ଏନ.ଟି.ୟୁ.ସି.)ର ଜାତୀୟ ସଭାପତି ସ୍ୱାମୀନାଥ ଜୟସିୱାଲ ଶ୍ରୀ ବେହେରାଙ୍କୁ ଓଡିଶା ପ୍ରଦେଶର ଉପସଭାପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଏଥିସହିତ ଶ୍ରୀ ବେହେରା ଅଣସଂଗଠିତ ଶ୍ରମିକମାନଙ୍କ କଲ୍ୟାଣ ଓ ସାମାଜିକ ନିରାପା ପାଇଁ ସଂଗ୍ରାମ ଜାରି ରଖିବେ ବୋଲି ଜାତୀୟ ସଭାପତି ଶ୍ରୀ ଜୟସିୱାଲ ଆଶାବ୍ୟକ୍ତ କରିଛନ୍ତି । ଜଣେ ସମାଜସେବୀ ଭାବରେ ସାଧାରଣରେ ପରିଚିତ ଶ୍ରୀ ବେହେରା କରୋନା ସଂକ୍ରମଣ ସମୟରେ ସାରା କେନ୍ଦ୍ରାପଡା ଜିଲ୍ଲାରେ ବୁଲି ବୁଲି ଲୋକଙ୍କୁ ସଚେତନ କରିବା ସହ ମାସ୍କ, ସାନିଟାଇଜର ଓ ଶୁଖିଲା ଖାଦ୍ୟ ପ୍ରଭୃତି ଗରୀବ ଲୋକମାନଙ୍କୁ ବିତରଣ କରିଥିଲେ । ଶ୍ରୀ ବେହେରାଙ୍କ ଏହି ନିଯୁକ୍ତି ନେଇ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି ।ଓଡ଼ିଶା ସମାଚାର

Leave a Reply

Your email address will not be published.