ପାରାଦ୍ୱୀପ , ୦୯/୦୮/୨୦୨୧(ଓଡ଼ିଶା ସମାଚାର)-ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଶିକ୍ଷାର ପ୍ରସାର ପାଇଁ ପାରାଦ୍ୱୀପ ମହାବିଦ୍ୟାଳୟରେ ଏକ ଶିକ୍ଷା କେନ୍ଦ୍ର ୨୦୨୧-୨୨ ଶିକ୍ଷା କେନ୍ଦ୍ରରେ ଏମ୍.ଏ ଇଂରାଜୀ, ଓଡ଼ିଆ, ଇତିହାସ, ରାଜନୀତି ବିଜ୍ଞାନ , ଅର୍ଥଶାସ୍ତ୍ର, ସୋସିଓଲୋଜି ବିଷୟରେ ପାଠ୍ୟ ପ୍ରଦାନ କରାଯିବ । ଉପରୋକ୍ତ ବିଷୟମାନଙ୍କ ମଧ୍ୟରୁ ଇତିହାସ, ରାଜନୀତି ବିଜ୍ଞାନ ଓ ସୋସିଓଲୋଜି ବିଷୟରେ ଜଣେ ବିଦ୍ୟାର୍ଥୀ, ଇଂରାଜୀ ବା ଓଡ଼ିଆ ଭାଷା ବ୍ୟବହାର କରିପାରିବ । ସେହିପରି ବିଏ, ବିକମ୍ ଓ ଏମକମ୍ ଆଦି ପାଠ୍ୟକ୍ରମ ମଧ୍ୟ ଏହି ମହାବିଦ୍ୟାଳୟରେ ଖୋଲାଯାଇଛି । ଏତଦ୍ ବ୍ୟତିତ କେତୋଟି ଡିପ୍ଳୋମା ଓ ସାଟିଫିକେଟ୍ ପାଠ୍ୟକ୍ରମ ଯଥା ଜର୍ଣ୍ଣାଲିଜିମ୍, ରୁରାଲ ଡେଭଲପମେଂଟ, ଆକାଉଂଟିଂ, ଡିଜାଷ୍ଟର ମ୍ୟାନେଜମେଂଟ ଇତ୍ୟାଦି ପାରାଦ୍ୱୀପ ମହାବିଦ୍ୟାଳୟରେ ଖୋଲିଅଛି । ତେବେ ଏସବୁଥିରେ ଆଡିମିସନ ପାଇଁ ଆସନ୍ତା ସେପ୍ଟେମ୍ବର ମାସ ୩୦ ତାରିଖ ଶେଷ ଦିବସ ଆର୍ଯ୍ୟ କରାଯାଇଛି । ଯୋଗାଯୋଗ ପାଇଁ ଡବ୍ଳୁ୍ୟଡବ୍ଳୁ୍ୟ.ଡଟ୍.ଏସି.ଡଟ୍ ଇନ୍ ୱେବ୍ ସାଇଟ୍ ରେ ସମ୍ପର୍କ କରିବା ପାଇଁ ମହାବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର