Friday , September 22 2023
Breaking News
Home / ତାଜା ଖବର / ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୮୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୬ ଜଣଙ୍କ ମୃତ୍ୟୁ

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୮୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୬ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୦୯/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୮୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୫୧୨ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୩୭୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩୨ଜଣ, ବାଲେଶ୍ୱର ଜିଲ୍ଲାରୁ ୬୨ଜଣ, ଭଦ୍ରକ ଜିଲ୍ଲାରୁ ୮ଜଣ, ଭଦ୍ରକ ଜିଲ୍ଲାରୁ ୩୧ଜଣ, ବୌଦ୍ଧ ଜିଲ୍ଲାରୁ ୨ଜଣ, କଟକ ଜିଲ୍ଲାରୁ ୮୧ଜଣ, ଦେଓଗଡ଼ ଜିଲ୍ଲାରୁ ୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୧ଜଣ, ଗଜପତି ଜିଲ୍ଲାରୁ ୪ଜଣ, ଗଞ୍ଜାମ ଜିଲ୍ଲାରୁ ୮ଜଣ, ଜଗତସିଂହପୁର ଜିଲ୍ଲାରୁ ୫୪ଜଣ, ଯାଜପୁର ଜିଲ୍ଲାରୁ ୬୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩ଜଣ, କଳାହାଣ୍ଡି ଜିଲ୍ଲାରୁ ୧୧ଜଣ, କନ୍ଧମାଳ ଜିଲ୍ଲାରୁ ୫ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୩ଜଣ, କେନ୍ଦୁଝର ଜିଲ୍ଲାରୁ ୧୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୫୩ଜଣ, କୋରାପୁଟ ଜିଲ୍ଲାରୁ ୭ଜଣ, ମାଲକାନଗିରି ଜିଲ୍ଲାରୁ ୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୪ଜଣ, ନୟାଗଡ଼ ଜିଲ୍ଲାରୁ ୨୫ଜଣ, ପୁରୀ ଜିଲ୍ଲାରୁ ୫୩ଜଣ, ରାୟଗଡ଼ା ଜିଲ୍ଲାରୁ ୫ଜଣ, ସମ୍ବଲପୁର ଜିଲ୍ଲାରୁ ୧୫ଜଣ, ସୋନପୁର ଜିଲ୍ଲାରୁ ୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨ଜଣ, ଷ୍ଟେଟ ପୁଲ୍ ରୁ ୫୧ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୮୭୯୫୬ କୁ ବୃଦ୍ଧି ପାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ରେକର୍ଡ଼ କରାଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨୯ଜଣ, କଟକ ଜିଲ୍ଲାରୁ ୧୩ଜଣ, ସମ୍ବଲପୁର ଜିଲ୍ଲାରୁ ୮ଜଣ, ବରଗଡ଼ ଜିଲ୍ଲାରୁ ୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୩ଜଣ, ନୂଆପଡ଼ା ଜିଲ୍ଲାରୁ ୨ଜଣ ରହିଛନ୍ତି । ଝାରସୁଗୁଡ଼ା, କଳାହାଣ୍ଡି, ସୋନପୁର, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୫୦୧କୁ ବୃଦ୍ଧି ପାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୭୯୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୬୯୯୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ୬୫୦୧ ରେ ପହଞ୍ଚିଥିବା ବେଳେ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ସ୍ଥିର ରହିଛି। ଆଉ ୧୧୪୮୬ ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସାଧିନ ରହିଥିବା ବେଳେ ଗତକାଲି ସୁଦ୍ଧା ରାଜ୍ୟରେ ୧୬୬୨୬୯୦୫ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *