କେନ୍ଦ୍ରାପଡ଼ା,୦୯/୦୮/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୩୩ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛି । ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଡ଼େରାବିଶ ବ୍ଲକ୍ ରେ ୯ ଜଣ ଚିହ୍ନଟ ହୋଇଥିବାବେଳେ ଗରଦପୁର ବ୍ଲକ୍ ରେ ୬ ଜଣ,ମାର୍ଶାଘାଇ ବ୍ଲକ୍ ରେ ୨ ଜଣ,କେନ୍ଦ୍ରାପଡ଼ା ବ୍ଲକ୍ ରେ ୧୦ ଜଣ,ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ୨ ଜଣ, ରାଜକନିକା ବ୍ଲକ୍ ରେ ଜଣେ ଓ କେନ୍ଦ୍ରାପଡ଼ା ମୁନିସିପାଲିଟି ରେ ୩ ଜଣ ଏହିପରି ମୋଟ୍ ୩୩ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର