Home / ବିଶେଷ / ସାହାଯ୍ୟର ଅନ୍ୟନାମ “ଏ ହେଲପିଙ୍ଗ ହାର୍ଟ’
ସାହାଯ୍ୟର ଅନ୍ୟନାମ “ଏ ହେଲପିଙ୍ଗ ହାର୍ଟ’
କଟକ, ୦୮/୦୮/୨୦୨୧( ଓଡିଶା ସମାଚାର/ଦେବଶିଷ ରଥ): ଦୁଖୀ ଦରିଦ୍ର ଜନ ମାନଙ୍କୁ, ସାହାଯ୍ୟ କରିବାରେ ଯେଉଁ ଆତ୍ମସନ୍ତୋଷ ଲାଭ ହେଇଥାଏ ,ତାହା ସେ ହିଁ ଜାଣିପାରେ । ଯିଏ ପର ଲୋକଟିଏ ପାଇଁ ନିଜର ଲୁହ କୁ ଓଠରେ ପିଏ । ଆଜିର ମାନବ ସମାଜ ପାଖରେ ପୁଳାପୁଳା ଟଙ୍କା ଥାଇ ପାରେ,କିନ୍ତୁ ଆତ୍ମସନ୍ତୋଷ ଲାଭ କରିବାର କୌଣସି ଉପାୟ ନ ଥାଏ । କେବଳ ଚିନ୍ତା ହିଁ ଚିନ୍ତା ।
କିନ୍ତୁ ଆଜିର କିଛି ଯୁବକ ଯୁବତୀ ଆତ୍ମସନ୍ତୋଷ ଲାଭ କରିବା ପାଇଁ ଏକ ନିଆରା ବାଟ କୁ ଆପଣାଇ ନେଇଛନ୍ତି । ସେ ହେଉଛି ସମାଜସେବା । ଆମେ ଏମିତି ଏକ ଅନୁଷ୍ଠାନ ବିଷୟରେ କହୁଛୁ । ଯାହା କଟକ ସହରର “ଏ ହେଲପିଙ୍ଗ ହାର୍ଟ ,ବର୍ଣ୍ଣ ଟୁ ସର୍ଭ ’ ନାମରେ ଚିର ପରିଚିତ । ସେ ମାନବ ସେବା ହଉ ଅବା ସ୍ୱଚ୍ଛ ପରିବେଶ, ଅବା ଖାଦ୍ୟ ବଣ୍ଟନ ହେଉ, ଅବା ପୋଷାକ ବଣ୍ଟନ ,ସବୁଥିରେ ଆଗୁଆ ଏହି ଅନୁଷ୍ଠାନ । ଯେଉଁଭଳି ପରିସ୍ଥିତରେ ହେଉ ଅବା ଏବର କରୋନା ଭଳି ପରିସ୍ଥିତି, ସବୁବେଳେ ଏକାଠି ଏହି ଅନୁଷ୍ଠାନର କରୋନା ଯୋଦ୍ଧା ।
ପୂର୍ବବତ ଭଳି ,ଗତକାଲି ଏହି କ୍ରମରେ କଟକ ସିଡିଏ ସ୍ଥିତ ସେକ୍ଟର ୬ ଏବଂ ସେକ୍ଟର ୭ ର ସମସ୍ତ ବସ୍ତି ଅଂଚଳରେ କିଛି ଖାଦ୍ୟ ପୁଡ଼ିଆ ବଣ୍ଟନ ସହ ମାସ୍କ ବଣ୍ଟନ ଏବଂ କରୋନା ସଚେତନତା କାର୍ୟ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ଆଗଧାଡ଼ିର କରୋନା ଯୋଦ୍ଧା ସ୍ମୃତିପ୍ରଜ୍ଞା ରାଉତ,କବିତା ସାହୁ,ତନୁଶ୍ରୀ ପୃଷ୍ଟି,ବୋଜୟନ୍ତୀ ମହାପାତ୍ର ,ପ୍ରଜ୍ଞା ପ୍ରଧାନ ପ୍ରମୁଖ କର୍ମକର୍ତା ଉପସ୍ଥିତ ଥିଲେ । ଓଡିଶା ସମାଚାର
Related