କଟକ ସଦର, ୦୮/୦୮/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କନ୍ଦରପୁର ଅଞ୍ଚଳର ଜଣାଶୁଣା ସମାଜସେବୀ, ବରିଷ୍ଠ ନାଗରିକ ଗୋପିନାଥ ଦାସଙ୍କ ପାଇଁ ରବିନ୍ଦ୍ରନାଥ ଫାଉଣ୍ଡେସନ ପକ୍ଷରୁ ଆଵାହକ ରାକେଶ ବେହେରାଙ୍କ ଆଵାହକତ୍ୱରେ ଆୟତପୁର ରାଜୀଵ ଗାନ୍ଧୀ ସେଵା କେନ୍ଦ୍ର ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ନିମାଇଁ ମହାପାତ୍ର, ସମିତି ସଭ୍ୟ ଗୋକୁଳ ପ୍ରଧାନ, ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, କୃଷ୍ଣ ମହାପାତ୍ର,ଵିଜୟ ରାଉତ୍ରା, କଳ୍ପନା ବେହେରା, ମୀନକେତନ ଜେନା ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଓଡ଼ିଶା ସମାଚାର