Sunday , October 1 2023
Home / ବିଶେଷ / ଶ୍ରୀବଳଦେବଜୀଉଙ୍କ ସମ୍ପତି ପୁନରୁଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଶ୍ରୀବଳଦେବଜୀଉଙ୍କ ସମ୍ପତି ପୁନରୁଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, ୦୮/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଜବରଦଖଲରେ ଥିବା ଭୂସମ୍ପତିର ପୁନରୁଦ୍ଧାର କରାଯିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଦର୍ଶାଯାଇଛି ଯେ ସୂଚନା ଅଧିକାର ଆଇନ ବଳରେ ପ୍ରାପ୍ତ ହୋଇଥିବା ତଥ୍ୟ ଅନୁଯାଇ ଶ୍ରୀଜୀଉଙ୍କର ଏ ୮୬୬.୯୯୮କର ଭୂସମ୍ପତି ମଧ୍ୟରୁ ଏ୬୩୪.୯୮୩ କର ଜମି ଶ୍ରୀଜୀଉଙ୍କ ଟ୍ରଷ୍ଟବୋର୍ଡ ଅଧିନରେ ଥିବା ବେଳେ ଏ ୨୩୨.୦୧୫କର ଜମି ବ୍ୟକ୍ତିଗତମାଲିକାନାରେ ରହିଛି । ଏହି ଜମି ଗୁଡିକ କେନ୍ଦ୍ରାପଡା ଓ କଟକ ଜିଲ୍ଲାର ୭ଟି ତହସିଲ ଅଧିନରେ ରହିଛି । ଶ୍ରୀଜୀଉ ଏହି ସମ୍ପତିର ମାଲିକ ହୋଇଥିବା ବେଳେ ଶ୍ରୀଜୀଉଙ୍କ ଦୈନିକ ସେବା ପୂଜା ନିମନ୍ତେ ଅର୍ଥର ଆବଶ୍ୟକତା ପାଇଁ ଚାନ୍ଦା ଆଦାୟ ଉପରେ ନିର୍ଭର କରିବାକୁ ପଡୁଛି । ତେଣୁ ଏହି ବେଆଇନ ଜବରଦଖଲରେ ଥିବା ଶ୍ରୀଜୀଉଙ୍କ ଭୂସମ୍ପତିକୁ ତୁରନ୍ତ ପୁନରୁଦ୍ଧାର କରାଯିବା ପାଇଁ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ହିନ୍ଦୁ ଧର୍ମ ଓ ଦେବୋର ଆଇନର ଧାରା ୨୫ ଅନୁଯାଇ ଟ୍ରଷ୍ଟବୋର୍ଡ ଏହିସବୁ ସମ୍ପତିର ରକ୍ଷଣାବେକ୍ଷଣ ଓ ସୁରକ୍ଷା କରିବା କଥା । କିନ୍ତୁ ଏଠାରେ ସେହି ନିୟମ ଅନୁପାଳନ କରାଯାଉନଥିବା ଦୃଷ୍ଟିରୁ ଶ୍ରୀଜୀଉଙ୍କ ସମ୍ପତିିର ସୁରକ୍ଷା ପାଇଁ ଏକ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତାପ ଚନ୍ଦ୍ର ମହାନ୍ତି, ପ୍ରଶାନ୍ତ ନାୟକ,ରାଧାକାନ୍ତ ମହାନ୍ତି, ବୀରେନ୍ଦ୍ର କୁମାର ଦାସ, ପ୍ରଦୀପ କୁମାର ଦାଶ, ପ୍ରଦିପ ସାହୁ, ଦୀପକ କୁମାର ଚୈାଧୁରୀ,ନଗେନ୍ଦ୍ର ଜେନା ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *