Wednesday , December 1 2021
Breaking News
Home / ବିଶେଷ / ବାପି ସର୍ଖେଲଙ୍କ ନୂଆ କାର୍ଯ୍ୟକ୍ରମ ପରିବର୍ତନ ଯୋଦ୍ଧାର ଶୁଭାରମ୍ଭ

ବାପି ସର୍ଖେଲଙ୍କ ନୂଆ କାର୍ଯ୍ୟକ୍ରମ ପରିବର୍ତନ ଯୋଦ୍ଧାର ଶୁଭାରମ୍ଭ

ପାରାଦୀପ,୦୮/୦୮/୨୦୨୧(ଓଡ଼ିଶା ସମାଚାର)-ପାରାଦୀପର ବରିଷ୍ଠ କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ(ବାପି)ଙ୍କ ଶ୍ରମିକ ସଂଘ ପାରାଦୀପ ଏରସମା ଶିଳ୍ପାଂଚଳ ଉନ୍ନୟନ ପରିଷଦ ପକ୍ଷରୁ ଆଉ ଏକ ନୂଆ କାର୍ଯ୍ୟକ୍ରମ ପରିବର୍ତନ ଯୋଦ୍ଧାର ଶୁଭାରମ୍ଭ ହୋଇଛି । ଏହି ଯୋଜନା ଅନୁଯାୟୀ ପ୍ରତି ରବିବାର ପାରାଦୀପ ସହରର ବସ୍ତିଗୁଡ଼ିକରେ ବିଶୋଧନ କାର୍ଯ୍ୟ କରାଯିବ । ଏହାଛଡ଼ା ସହରରେ ମଶାଧୁଆଁ ଛଡ଼ାଯାଇ ଲୋକଙ୍କୁ ଡ଼େଙ୍ଗୁ ତଥା ଅନ୍ୟନାନ୍ୟ ମାରାତ୍ମକ ରୋଗରୁ ରକ୍ଷା କରାଯିବ । ଏହି ଅବସରରେ ରବିବାର ଷଣ୍ଢକୁଦ ବସ୍ତିରେ ବାପି ସର୍ଖେଲଙ୍କ ଉପସ୍ଥିତିରେ ବିଶୋଧନ କାର୍ଯ୍ୟ ଓ ମଶଧୁଅାଁ ଛାଡ଼ିବା କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା ।
ପ୍ରକାଶଯୋଗ୍ୟ କରୋନା ମହାମାରୀର ମୁକାବିଲା କରିବା ଅବସରରେ ବାପିଙ୍କ ଶ୍ରମିକ ସଂଘ ପକ୍ଷରୁ ପାରାଦୀପବାସୀଙ୍କ ପାଇଁ ୬ଗୋଟି ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଥିଲା । ଏହାଛଡ଼ା ସହରର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ମାଗଣାରେ ମାସ୍କ, ସାନିଟାଇଜର ଓ ଖାଦ୍ୟ ବଂଟନ କରାଯାଇଥିଲା । ଏହି ଅବସରରେ ସଂଘ ପକ୍ଷରୁ ସଭାପତି ଶ୍ରୀ ସର୍ଖେଲ ସୂଚନା ଦେଇ କହିଛନ୍ତି ଆଗାମୀ ଦିନ ପାଇଁ ସଂଘ ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଯେକୋ÷ଣସି ସମୟରେ ଗରିବ ଓ ଆଶ୍ରାହୀନ ଲୋକଙ୍କୁ ମାଗଣା ଆମ୍ବୁଲାନ୍ସ ସେବା, ପାରାଦୀପ-ତିର୍ତୋଲ ଅଂଚଳରେ ଦୁର୍ଘଟଣାରେ ଶିକାର ହେଉଥିବା ବ୍ୟକ୍ତିଙ୍କୁ ମାଗଣା ଆମ୍ବୁଲାନ୍ସ, ପ୍ରତି ଗ୍ରାମ ଓ ଗ୍ରାମ ପଂଚାୟତରେ ସ୍ୱଚ୍ଛତା ପାଇଁ ସଫେଇ ଓ ବିଶୋଧନ କାର୍ଯ୍ୟ, ଡ଼ାକ୍ତରୀ ଚିକିତ୍ସାରେ ଗରିବ ଲୋକଙ୍କୁ ଆବଶ୍ୟକ ସାହାଯ୍ୟ, ସରକାରୀ ଯୋଜନାରୁ ବଂଚିତ ଲୋକଙ୍କୁ ଆବଶ୍ୟକ ସହଯୋଗ ଓ ନ୍ୟାୟ ପାଇବା ପାଇଁ ପୁଲିସ,ଅଦାଲତରେ ଅସୁବିଧାର ସମ୍ମୁଖୀନ ହେଉଥିବା ଗରିବ ଲୋକଙ୍କୁ ମାଗଣା ଆଇନ ସେବା ଇତ୍ୟାଦି ବିଭିନ୍ନ ଜନହିତକାର କାର୍ଯ୍ୟ ସଂଘ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଶ୍ରୀ ସର୍ଖେଲ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *