ମାହାଙ୍ଗା ୦୮/୦୮/୨୦୨୧ (ଓଡିଶା ସମାଚାର/ ଅଭୟ ଜେନା ) -ମାହାଙ୍ଗା ବ୍ଲକ ବିରୂପା-ଗେଙ୍ଗୁଟି ଦ୍ବୀପାଞ୍ଚଳ କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ହରଗୋବିନ୍ଦପୁର ଗ୍ରାମର ଶତାୟୁ ଧର୍ମପ୍ରାଣ ପୁରୁଷ ଗନ୍ଧର୍ବ ସାହୁଙ୍କ ଆଜି ସକାଳେ ପରଲୋକ ଘଟିଛି ।
ସେ ଜଣେ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ ଏବଂ ଧାର୍ମିକ ବ୍ୟକ୍ତିଭାବେ ସ୍ଥାନୀୟ ଅଂଚଳରେ ବେଶ ପରିଚିତ ଥିଲେ। ଜଣେ ସଫଳ ଚାଷୀ ଭାବରେ ତାଙ୍କର ସୁନାମ ଥିଲା ଓ ଭାଗବତ ପ୍ରେମୀ ସ୍ବର୍ଗତ ସାହୁଙ୍କୁ ଗ୍ରାମର ମୁରବୀ ଭାବେ ଶ୍ରଦ୍ଧା ଏବଂ ସମ୍ମାନ କରୁଥିଲେ ।
ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଆଇନିମନ୍ତ୍ରୀ ପ୍ରତାପ ଜେନା, ବ୍ଲକ ଚେୟାରମ୍ୟାନ ଶରତ ନାୟକ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, କୁହୁଣ୍ଡା ପଞ୍ଚାୟତ ବିଜେଡି ସଭାପତି ରାଧାନାଥ ରାଉତ, ସମାଜସେବୀ ଅଖିଳେଶ ମହାନ୍ତି,ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ, ପୂର୍ବତନ ସମିତିସଭ୍ୟ ନିହାର ପଣ୍ଡା, ଯୁବ ସଂଗଠକ ଗଣେଶ ବିହାରୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ଚନ୍ଦ୍ର ଦାସ, ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ଅନ୍ତ କିଶୋର ସାହୁ, ମାଗୁଣି ସାମଲ, ଚକ୍ରଧର ସାମଲ, ସରପଞ୍ଚ କଳ୍ପନା ଯେନା, ସମିତିସଭ୍ୟ ଲକ୍ଷ୍ମୀଧର ବେହେରା, ଯୁବ ସଂଗଠକ ରଘୁନାଥ ଯେନା, ସୁଧାଂଶୁ ପାଣି, ଜଗନ୍ନାଥ ନାୟକ, ନିତ୍ୟାନନ୍ଦ ସାହୁ, ରମାକାନ୍ତ ପଣ୍ଡା,ଗଜେନ୍ଦ୍ର ସ୍ୱାଇଁ, ପ୍ରଫୁଲ୍ଲ ଜେନା, ଲକ୍ଷ୍ମୀଧର ଦାସ, ରଂଜିତ ଦାସ, ଚନ୍ଦ୍ରଭାନୁ ଆଚାର୍ଯ୍ୟ, ମହନ୍ତ ଜଗନ୍ନାଥ ପୁରୀ ଗୋସ୍ୱାମୀ,ଭାଗ୍ୟଧର ମହାନ୍ତି, ଦୁର୍ଗାମାଧବ ମହାନ୍ତି, ପ୍ରମୋଦ ମହାନ୍ତି, ନିମାଇଁ ବେହେରା, କାମିନିକାନ୍ତ ମହାନ୍ତି, ପ୍ରଶାନ୍ତ କର, ରଞ୍ଜନ ବଳବନ୍ତରାୟ, ନଟବର ମହାନ୍ତି, ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଗ୍ରାମ୍ୟ ସ୍ମଶାନରେ ଗନ୍ଧର୍ବଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ବେଳେ ବଡପୁଅ ଗଙ୍ଗାଧର ମୁଖାଗ୍ନି ଦେଇଥିଲେ । ପୁତ୍ର ଗୟାଧର, ମାୟାଧର, ମହେନ୍ଦ୍ର,ଏବଂ ମହେଶ୍ୱର ପ୍ରମୁଖଙ୍କ ସହିତ ଗ୍ରାମବାସୀ ମାନେ ଏହି ଶତାୟୁ ପୁରୁଷଙ୍କ ଶବାଧାରରେ ସାମିଲ ହୋଇଥିଲେ । ଓଡିଶା ସମାଚାର