କଟକ ସଦର, ୦୮/୦୮/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଚୋର ଧରାପଡି ଚୋରି ଜିନିଷ ଫେରାଇଦେଲେ ତାକୁ ନିର୍ଦ୍ଦେ।ଶରେ ଛାଡି ଦିଆ ଯିଵାର କୈ।ଣସି ଆଇନ୍ ରେ ନଥିଵା ଵେଳେ କଟକ ସଦର ଵ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏଥିପାଇଁ ଵ୍ଲକର ସ୍ୱଚ୍ଛତା ଉପରେ ଆଙ୍ଗୁଳି ଉଠିଛି। ପ୍ରକାଶ ଯେ ଗତ ବର୍ଷ ଉରାଳି ପଞ୍ଚାୟତର ୫୪ ହଜାର ଟଙ୍କାକୁ କେତେକ ଅସାଧୁ କର୍ମଚାରୀ ହଡପ କରିଥିବା କୁ ନେଇ ଖୋଳତାଡ଼ ହୋଇଥିଲା। ତଦନ୍ତ କରାଯାଇ ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ହଡପକାରୀ ହଡପ ଅର୍ଥକୁ ପଞ୍ଚାୟତ ତହଵିଲରେ ଜମା ଦେଇଦେଲେ। ହେଲେ ଦୋଷୀଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ପରିବର୍ତ୍ତେ ପୁଣି ତଦନ୍ତ କରି ରିପୋର୍ଟ କରିବାକୁ ଉପଜିଲ୍ଲାପାଳ ବ୍ଲକ କୁ ଵଲ ଗଡାଇ ଦେଇଛନ୍ତି।ହେଲେ ଦିନ ଗଡି ଗଡି ଚାଲିଥିଵା ଵେଳେ ବ୍ଲକ ପ୍ରଶାସନ ର ତଦନ୍ତ ଵାଟଵଣା ହୋଇଥିଵା ଅଭିଯୋଗ ହେଉଛି। ଅନ୍ୟ ପକ୍ଷରେ ଗ୍ରାମ୍ୟ ଆଲୋକିକରଣ ପାଇଁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ନିର୍ଦ୍ଦେଶନାମାକୁ ଫୁ କରି ନାମି ଦାମୀ କମ୍ପାନୀ ପରିବର୍ତ୍ତେ ନିମ୍ନ ମାନର ଵଲ୍ କିଣି ଅଧିକ ମୁନାଫା ହାତେଇଥିଵା ଅଭିଯୋଗ ର ତଦନ୍ତ ଚାପି ହୋଇଯାଇଛି। ସେହିପରି ଉକ୍ତ ତଦନ୍ତ ତଦନ୍ତ ରେ ରହିଯିଵା ସମ୍ଭାବନା ଅଧିକ ରହିଛି । ଓଡ଼ିଶା ସମାଚାର