Monday , September 25 2023
Breaking News
Home / ବିଶେଷ / ଖରସ୍ରୋତା ଜଳ ଆଦାନିକୁ ଦେବା ବନ୍ଦକର ଓ ପୋଲିସ ଛାଉଣୀ ପ୍ରତ୍ୟାହାର କର – ମିଳିତ ବିରୋଧୀ ଦଳ

ଖରସ୍ରୋତା ଜଳ ଆଦାନିକୁ ଦେବା ବନ୍ଦକର ଓ ପୋଲିସ ଛାଉଣୀ ପ୍ରତ୍ୟାହାର କର – ମିଳିତ ବିରୋଧୀ ଦଳ

କେନ୍ଦ୍ରାପଡ଼ା, ୦୮/୦୮/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଜୀବନରେଖା ଖରସ୍ରୋତାର ଜଳକୁ ରାଜ୍ୟ ସରକାର ଚଂଚକତା କରି ଭଦ୍ରକ ଜିଲ୍ଲାବାସୀଙ୍କ ପାଇଁ ଦେବା ନାଁରେ ଆଦାନୀର ଶିଳ୍ପ ସଂସ୍ଥାକୁ ଜଳ ଯୋଗାଇବା ପାଇଁ ଯେଉଁ ମସୁଧା କରିଛନ୍ତି ଦୀର୍ଘଦିନ ଧରି ରାଜକନିକା ଓ ଆଳି ସମେତ ଜିଲ୍ଲାର ଜନ ସାଧାରଣ ତୀବ୍ର ବିରୋଧ କରି ଆସୁଛନ୍ତି । ପ୍ରକାଶ ଥାଉକି ଦୀର୍ଘ ୨ବର୍ଷ ହେଲା ଖରସ୍ରୋତା ପାଣିକୁ ସ୍ଥାନାନ୍ତର ନକରିବା ପାଇଁ ବ୍ୟାପକ ଜନଆନ୍ଦୋଳନ ଚାଲୁ ରହିଛି । ଜିଲ୍ଲାରେ ଜଳ ସଂକଟ ଥିବାବେଳେ ଖରସ୍ରୋତାର ପ୍ରବାହିତ ଜଳକୁ ଜିଲ୍ଲାବାସୀଙ୍କର ବିକାଶ ଓ ବ୍ୟବହାର ପାଇଁ କୈାଣସି ମାଷ୍ଟର ପ୍ଲାନ ନଥିବା ବେଳେ ରାଜ୍ୟ ସରକାର ଅନ୍ୟାୟ ଭାବେ ଯେଉଁଭଳି ଆଦାନୀକୁ ଦେବାପାଇଁ ମସୁଧା କରୁଛନ୍ତି ତାହା ଜିଲ୍ଲାବାସୀଙ୍କ ସଂକଟକୁ ଆହୁରି ତୀବ୍ର କରିଦେବ । ଖରସ୍ରୋତାର ମଧୁର ଜଳ ଚାଲିଗଲା ପରେ ସମୁଦ୍ରର ଲୁଣାପାଣି ଆଳି କନିକାର ଉପର ମୁଣ୍ଡକୁ ଚାଲି ଆସିବ । ଯାହା ଫଳରେ କି ସଂପୂର୍ଣ୍ଣ ଆଳି କନିକା ଲୁଣା ଅଂଚଳରେ ପରିଣତ ହେବ । ଅନ୍ୟ ପକ୍ଷରେ ମଧୂର ଜଳ କମିଗଲେ ଭିତରକନିକା ହେନ୍ତାଳବଣ ଉପରେ ତା’ର କି ପ୍ରଭାବ ପଡିବ ତାହା ମଧ୍ୟ ଚିନ୍ତା କରିବାରେ ଅଛି । କୈାଣସି ଚିନ୍ତା ନକରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତଥା କଥିତ ବିକାଶ ନାଁରେ ବିନାଶକୁ ଡାକି ଆଣିବେ । ଏଣୁ ଏହି ଭୁଲ ନିଷ୍ପତିରୁ ଓହରିବା ସହିତ ଖରସ୍ରୋତା ନଦୀରୁ ଜୋର ଜବରଦସ୍ତ ପାଣି ନେବାପାଇଁ ପୋଲିସ ଛାଉଣୀ କରିବା, ମାଇକ ଏବଂ ଗାଡିକୁ ପ୍ରଶାସନ ସିଜ୍ କରିବାକୁ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ(ଏମ୍), ସିପିଆଇ,ସି ପି ଆଇ(ଏମ.ଏଲ)ଲିବେରେସନ କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ମିଳିତ ଭାବେ ତୀବ୍ର ନିନ୍ଦା କରାଯାଉଛି । ଭାରତୀୟ ଜାତୀୟ କଂଗ୍ରେସର ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି, ସିପିଆଇ(ଏମ)ର ଜିଲ୍ଲା ସଂପାଦକ ଗୟାଧର ଧଳ, ସିପିଆଇର ଜିଲ୍ଲା ସଂପାଦକ ରମଣୀ ରଞ୍ଜନ ରାଉତରାୟ,ସିପି ଆଇ(ଏମ.ଏଲ)  ଲିବେରେସନର ଜିଲ୍ଲା ସଂପାଦକ ବିଧାନ ଦାସ ଏହାକୁ ତୀବ୍ର ନିନ୍ଦା କରିବା ସହିତ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଏହି ଜନ ବିରୋଧୀ ନିଷ୍ପତିରୁ ଓହରିବା ପାଇଁ ଦୃଢ ଦାବି ଜଣାଇଛନ୍ତି । ଏଥି ସହିତ ପୋଲିସ ଛାଉଣୀ ପ୍ରତ୍ୟାହାର କରିବା ଓ ସିଜ୍ ହୋଇଥିବା ମାଇକ ଓ ଗାଡିକୁ ତୁରନ୍ତ ଫେରାଇବାକୁ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *