Saturday , December 10 2022
Home / ବିଶେଷ / କୋର୍ଟ ନିୟମକୁ ଅମାନ୍ୟ କରି ଘର ନିର୍ମାଣ କାର୍ୟ୍ୟ – ପ୍ରଶାସନ ଦ୍ବାରସ୍ଥ ହେଲେ ଜମି ମାଲିକ

କୋର୍ଟ ନିୟମକୁ ଅମାନ୍ୟ କରି ଘର ନିର୍ମାଣ କାର୍ୟ୍ୟ – ପ୍ରଶାସନ ଦ୍ବାରସ୍ଥ ହେଲେ ଜମି ମାଲିକ

କଟକ ୦୮/୦୮/୨୧(ଓଡିଶା ସମାଚାର):- କଟକ ସଦର ବ୍ଲକ ବୟାଳିଶମୌଜା ଉପକଣ୍ଠ ବେଣ୍ଟକାର ପଞ୍ଚାୟତ ଏରଞ୍ଚ ଗ୍ରାମର ଶିଶିର ମହାନ୍ତିଙ୍କ ଘରବାଡ଼ି ଡିହ ଖାତା ନମ୍ବର.୧୯୭, ପ୍ଲଟ ନମ୍ବର.୨୬୩ ଉପରେ ବେଆଇନ ଘର ନିର୍ମାଣ ନେଇ ବୟାଳିଶମୌଜା ଫାଣ୍ଡିରେ(କେସ ନମ୍ବର – ୫୧୦/୨୧) ଅଭିଯୋଗ କରିଥିଲେ । ଫାଣ୍ଡି ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି ଅପରପକ୍ଷକୁ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ କୋର୍ଟ ପକ୍ଷରୁ ୧୪୪ ଧାରା ଜାରୀ ସହ ସୋ କଜ ନୋଟିସ ପ୍ରଦାନ କରାଯାଇଥିଲେ ମଧ୍ୟ ଏହାକୁ ସେ ମାନିନଥିଲେ ।ଏଥିସହ ଫାଣ୍ଡି ପକ୍ଷରୁ କୌଣସି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଅଭିଯୋଗ ଆସିଛି । ଏନେଇ ଶିଶିର ମହାନ୍ତି ଏବଂ ତାଙ୍କ ପୁତ୍ର ତୁଷାର ମହାନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ,୫ଟି ସଚିବ, ଜିଲ୍ଲାପାଳ ଆଦିଙ୍କୁ ନ୍ୟାୟ ପାଇଁ ଦୃଷ୍ଟି ଆକର୍ଷଣ କରିଛନ୍ତି ।ଓଡ଼ିଶା ସମାଚାର

Leave a Reply

Your email address will not be published.