Home / ବିଶେଷ / କୋଭିଡ ର ତୃତୀୟ ଲହର ଓ ଅନୈତିକ ମାନବ ଚାଲାଣ ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ
କୋଭିଡ ର ତୃତୀୟ ଲହର ଓ ଅନୈତିକ ମାନବ ଚାଲାଣ ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ
ବାଲିଗୁଡା,୦୮/୦୮/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କୋଭିଡ ର ତୃତୀୟ ଲହର ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଓ ପ୍ରଶାସନିକ ସ୍ତରରେ ଜୋରସୋର ରେ ଉଦ୍ୟମ ଜାରି ରହିଥିବା ବେଳେ ଅନୈତିକ ମାନବ ଚାଲାଣ ଏକ ସମସ୍ୟା ପାଲଟିଛି।ସଚେତନା ର ଅଭାବ ହେତୁ ରୋଜଗାର ଲୋଭ ଦେଖାଇ ଦଲାଲ ମାନେ ଅନୈତିକ କାର୍ଯ୍ୟ ମାନ କରିବାକୁ ଆଗେଇ ଚାଲିଛନ୍ତି । ଏଣୁ ଏସବୁକୁ ରୋକିବା ପାଇଁ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନ ପ୍ରଶାସନକୁ ହାତ ବଢ଼େଇଛନ୍ତି ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳରେ ।
ଜନବିକାଶ ସ୍ବେଚ୍ଛାସେବୀ ଅନୁଷ୍ଠାନର ନିର୍ଦେଶକ ମଦନ ସୁଆଲ ସିଂଙ୍କ ନିର୍ଦେଶରେ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଆଠ ଗୋଟି ପଞ୍ଚାୟତର କାଟିଙ୍ଗିଆ , କୁମ୍ଭାରୀ ଗାଁ, ଝିଞ୍ଜିରି ଗୁଡା , ଗଦାପୁର , ସରାମୁଳି , ତାଜୁଙ୍ଗିଆ , ହାତିମୁଣ୍ଡା ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଅନୁଷ୍ଠାନର କର୍ମୀ ମାନେ ପହଞ୍ଚି ଉକ୍ତ ସଚେତନା କାର୍ଯ୍ୟକ୍ରମ କରିବା ସହ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି । ଅନୁଷ୍ଠାନର କର୍ମୀ ସାରଦା ଚରଣ ବଳିୟାର ସିଂ , ବ୍ରହ୍ମାନନ୍ଦ ନାୟକ , ସୁଶୀଲ କୁମାର ପ୍ରଧାନ , ସୁମନ୍ତ ପ୍ରଧାନ , ଦିବ୍ୟସିଂହ ଶୋଭାସୁନ୍ଦର ସମେତ ସ୍ଥାନୀୟ ଆଶା ଓ ଅଙ୍ଗନବାଡି କର୍ମୀମାନେ ପରିଚାଳନାରେ ସହଯୋଗ କରିଥିଲେ । ଓଡିଶା ସମାଚାର
Related