Monday , September 25 2023
Breaking News
Home / କୃଷି / କେନ୍ଦ୍ରାପଡା ପୌରପାଳିକା ଦ୍ୱାରା ପ୍ରସ୍ତୁତ ଜୈବୀକ ଖତ ଉଦ୍ୟାନକୃଷି  ବିଭାଗକୁ ପ୍ରଦାନ

କେନ୍ଦ୍ରାପଡା ପୌରପାଳିକା ଦ୍ୱାରା ପ୍ରସ୍ତୁତ ଜୈବୀକ ଖତ ଉଦ୍ୟାନକୃଷି  ବିଭାଗକୁ ପ୍ରଦାନ

କେନ୍ଦ୍ରାପଡ଼ା, ୦୮/୦୮/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରପାଳିକା ପକ୍ଷରୁ ପ୍ରସ୍ତୁତ ଜୈବୀକ ଖତ କୃଷି କାର୍ୟ୍ୟରେ ବିନିଯୋଗ ନିମନ୍ତେ ଉଦ୍ୟାନକୃଷି ବିଭାଗକୁ ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ପୌରପାଳିକା ପକ୍ଷରୁ ଜୟଶ୍ରୀରାମ ସ୍ୱୟଂ ସହାୟିକା ଗୋଷ୍ଠି ମାଧ୍ୟମରେ ସ୍ଥାନୀୟ ହଜାରି ବଗିଚାସ୍ଥିତ ମାଇକ୍ରୋ କମ୍ପୋଷ୍ଟିଂ ସେଂଟର (ଏମସିସି) ରୁ ବାହାରିଥିବା ଜୈବୀକ “ମୋ ଖତ”କୁ କେନ୍ଦ୍ରାପଡା ଉଦ୍ୟାନକୃଷି ବିଭାଗକୁ ରାଜକନିକା ବ୍ଲକର କୃଷି କାର୍ୟ୍ୟରେ ବିନିଯୋଗ ନିମନ୍ତେ ଯୋଗାଇ ଦିଆଯାଇଥିବା ପୌରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଏହି ଖତର ବ୍ୟାପକ ପ୍ରସ୍ତୁତି କରାଯାଇ ସମସ୍ତ ଜନସାଧାରଣ, ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି ବୋଲି  ପୌରନିର୍ବାହୀ ଅଧିକାରୀ ଶ୍ରୀ ବଳ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *