Tuesday , December 6 2022
Home / ବିଶେଷ / କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଆନ୍ଦୋଳନ ଜୋରଦାର ହେବ

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଆନ୍ଦୋଳନ ଜୋରଦାର ହେବ

କେନ୍ଦ୍ରାପଡ଼ା, ୦୮/୦୮/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ସୁଧାର ପାଇଁ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଜିଲ୍ଲାର ବିଭିନ୍ନ ଗଣ ସଂଗଠନ ସମେତ ସାଧାରଣ ଜନତା ମିଳିତ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଦୀର୍ଘଦିନ ଧରି ଦାବି କରି ଆସୁଥିଲେ ମଧ୍ୟ ସରକାର ଏ ସମ୍ପର୍କରେ ନିଷ୍ପତି ଘୋଷଣା କରିବାରେ ଟାଳଟୁଳ ନୀତି ପୋଷଣ କରୁଥିବାରୁ ଜିଲ୍ଲା ମେଡିକାଲ କଲେଜ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଭୀର କ୍ଷୋଭ ପ୍ରକାଶ ପାଇଛି । କମିଟିର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ପରିଚାଳନାରେ ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଭାରେ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଗୟାଧର ଧଳ, ପ୍ରଫୁଲ୍ଲ କୁମାର ଦାସ, ବାବାଜୀ ଧଳ, ଆଦିକନ୍ଦ ରାଉଳ, ମୁକ୍ତାର ଖାଁ, ରାଜକିଶୋର ବିଶ୍ୱାଳ, ଅମୀୟ ନାୟକ, ଭାଗୀରଥି ଜେନା, ଗୋପାଳକୃଷ୍ଣ ଜେନା, ସର୍ବେଶ୍ୱର ସେଠ. ସାମ୍ବାଦିକ ଚିତରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରି ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ପଂଚାୟତ ସ୍ତରକୁ ନେବା ସହ ଅଗଷ୍ଟ୯କ୍ରାନ୍ତୀ ଦିବସରୁ ଅକ୍ଟୋବର ୨ ମଧ୍ୟରେ ଆନ୍ଦୋଳନକୁ ଜୋରଦାର କରି ସବୁ ସ୍ତରରେ ପହଂଚାଇବା ପାଇଁ ନିରନ୍ତର କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା ।   ଓଡ଼ିଶା ସମାଚାର

Leave a Reply

Your email address will not be published.